
ସୋରଡ଼ା : ପୁଲିସ୍ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାର ପ୍ରତିବାଦରେ ମୃତ ଯୁବକଙ୍କ ପରିବାର ଲୋକେ ଥାନ ସମ୍ମୁଖରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି।
ମୃତ ଯୁବକ ହେଲେ, ଗଞ୍ଜାମ ଜିଲ୍ଲା େସାରଡ଼ା ଥାନା ଅନ୍ତର୍ଗତ କଇଠପଲ୍ଲୀ ସାହିର ଲୋକନାଥଙ୍କ ପୁଅ ମୁନିଙ୍କ ଅନୀଲ । ଅଭିଯୋଗ ଅନୁସାରେ, ଅନୀଲଙ୍କୁ ସୋରଡ଼ା ପୁଲିସ ଜଣେ ଯୁବତୀଙ୍କ ସହ ଉଦ୍ଧାର କରିଥିଲା। ଉଭୟଙ୍କୁ ଥାନାକୁ ଆଣି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ବୟାନ୍ ରେକର୍ଡ଼ କରାଯାଇଥିଲା। ଏହାପରେ ପୁଲିସ ଅନୀଲଙ୍କୁ ଘରକୁ ଛାଡ଼ିଦେଇଥିଲା। ଥାନାରୁ ଫେରିବା ପରେ ଅନୀଲ ଘରେ କହିଥିଲେ, ‘ତାଙ୍କୁ ଥାନାରେ ପୁଲିସ ବହୁତ ମାଡ଼ ମାରିଛି। ଶରୀରରେ ଯନ୍ତ୍ରଣା ହେଉଛି। ଝିଅର ମାମୁ ମାନେ ତାଙ୍କୁ ମାରିଦେବେ’। ଏହା କହି ଅନୀଲ ସିଧା ଘରର ଛାତ ଉପରକୁ ପଳାଇଥିଲେ। କିଛି ସମୟ ପରେ ସନ୍ଦେହଜନକ ଅବସ୍ଥାରେ ତାଙ୍କ ଶବ ଉଦ୍ଧାର କରାଯାଇଥିଲା।
ପରିବାରବର୍ଗ ଓ ସଂପର୍କୀୟ ଉତ୍ତ୍ୟକ୍ତ ହୋଇ ଶବକୁ ସିଧାସଳଖ ଥାନା ପାଖକୁ ନେଇଯାଇଥିଲେ। ରାତି ପ୍ରାୟ ୧୧ଟାରୁ ଭୋର୍ ୩ଟା ପର୍ଯ୍ୟନ୍ତ ଥାନା ସାମ୍ନାରେ ଶବକୁ ରଖି ରାସ୍ତା ଅବରୋଧ କରିଥିଲେ। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ କାରଣ ସ୍ପଷ୍ଟ ହେବ ବୋଲି ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି। ଅନ୍ୟପକ୍ଷରେ ମାନସିକ ଭାବେ ଭାଙ୍ଗି ପଡ଼ି ଅନୀଲ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇ ଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
The post ପୁଲିସ୍ ମାଡ଼ରେ ଯୁବକ ମୃତ ଅଭିଯୋଗ first appeared on Sambad.from ଜିଲ୍ଲା | Sambad https://ift.tt/3ufOHGR
0 Comments