ବାଲେଶ୍ବର: ବାଲେଶ୍ବରରେ ଶକ୍ତି, ଶିଳ୍ପ, ଏମଏସଏମଇ ଏବଂ ଗୃହମନ୍ତ୍ରୀ, କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ଓ ଓଡ଼ିଆ ଭାଷା,ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ୟାସ୍ ବାତ୍ୟାର ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ବାଲେଶ୍ବର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ମନ୍ତ୍ରୀମାନଙ୍କୁ ଏହି ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ବାଲେଶ୍ବର ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଠାରେ ରହି ବାତ୍ୟା ସ୍ଥିତିର କରିବେ ଅନୁଧ୍ୟାନ କରିଛନ୍ତ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।

ସେପଟେ, ଅତିଭୀଷଣ ବାତ୍ୟା ଆକାରରେ ୟାସ୍ କେଉଁଠି ସ୍ଥଳଭାଗ ଛୁଇଁବ ତାର ଆକଳନକୁ ପରିବର୍ତ୍ତନ କଲା ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ଜାରି କରିଥିବା ତାଜା ବୁଲେଟିନରେ ବାତ୍ୟା ଚାନ୍ଦବାଲିରୁ ଧାମରା ବନ୍ଦର ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବୋଲି କୁହଯାଇଛି । ଧାମରାର ଦକ୍ଷିଣ ଏବଂ ଚାନ୍ଦବାଲିର ଉତ୍ତର ପଟକୁ ଏହା ସ୍ଥଳଭାଗ ଛୁଇଁପାରେ। ଆସନ୍ତାକାଲି ସକାଳ ସୁଦ୍ଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ ଏବଂ ମଧ୍ୟାହ୍ନ ସୁଦ୍ଧା ଅତିଭୀଷଣ ବାତ୍ୟା ଆକାରରେ ୟାସ୍ ସ୍ଥଳଭାଗକୁ ଅତିକ୍ରମ କରିବ। ଲ୍ୟାଣ୍ଡଫଲ ସମୟରେ ଏହା ଧାମରା ଓ ଚାନ୍ଦବାଲିରେ ବ୍ୟାପକ କ୍ଷୟକ୍ଷତି ଘଟାଇବ ।

 

The post ବାଲେଶ୍ବରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀ: ୟାସ୍ ବାତ୍ୟା ସ୍ଥିତିର ଅନୁଧ୍ୟାନ କରୁଛନ୍ତି first appeared on Sambad.

from ଜିଲ୍ଲା | Sambad https://ift.tt/2Tl2AGp