
ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ୧୯ ନମ୍ବର ୱାର୍ଡର ତେଲେନପାଲି ସ୍କୁଲପଡ଼ାରେ ଘଟିଛି ଦୁଃଖଦ ଘଟଣା। ଝିଅ ମୃତ୍ୟୁର ୧୦ ଦିନ ନପୂରୁଣୁ ବାପାଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ ସ୍କୁଲପଡ଼ାର ସୁଶ୍ରୀ ସଂଯୁକ୍ତା ଭୋଇ (୪୨)ଙ୍କ ଅବସ୍ଥା ଗୁରୁତର ହେବାରୁ ଗତ ୯ ତାରିଖ ଦିନ ବୁର୍ଲା କୋଭିଡ୍ ୱାର୍ଡରେ ଭର୍ତି କରାଯାଇଥିଲା। ସେଠାରେ ୧୦ ତାରିଖରେଙ୍କ ମୃତ୍ୟୁ ଘଟିଥିଲା। ସେହିପରି ସଂଯୁକ୍ତାଙ୍କ ବାପା କୁମ୍ଭକର୍ଣ୍ଣ ଭୋଇ (୭୦) ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ୧୨ତାରିଖରେ ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲ୍ରେ ଭର୍ତି କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏବେ କୁମ୍ଭକର୍ଣ୍ଣଙ୍କ ପତ୍ନୀ,୩ ପୁଅ ଓ ଗୋଟିଏ ଝିଅ ଅଛନ୍ତି।
The post ୧୦ ଦିନ ଅନ୍ତରରେ ଝିଅ ପରେ ଆଖି ବୁଜିଲେ ବାପା first appeared on Sambad.from ଜିଲ୍ଲା | Sambad https://ift.tt/3u0IHB2
0 Comments