ଭଦ୍ରକ: ସାମୁଦ୍ରିକ ବାତ୍ୟା ୟାସକୁ ନେଇ ଅଶାନ୍ତ ରହିବ ସମୁଦ୍ର । ତେବେ ଭଦ୍ରକ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାର ଉପକୂଳରେ ସମୁଦ୍ର ଅଧିକ ଅଶାନ୍ତ ରହିବା ନେଇ ଆକଳନ କରିଛି ଆଇଏମଡି । ବାତ୍ୟା ୟାସ୍ ପ୍ରଭାବରୁ ଭଦ୍ରକରେ ୭ କିଲୋମିଟର ଭିତରକୁ ସମୁଦ୍ର ପାଣି ମାଡ଼ି ଆସିବା ଆଶଙ୍କା ରହିଛି ।

ସେହିପରି କେନ୍ଦ୍ରାପଡ଼ାରେ ୨.୬ କିମି ଓ ବାଲେଶ୍ୱରରେ ୨.୩ କିମି ଯାଏ ସମୁଦ୍ର ପାଣି ସ୍ଥଳଭାଗକୁ ମାଡ଼ି ଆସିବା ଆଶଙ୍କା ରହିଛି । ଏହି ସମୟରେ ସମୁଦ୍ରରେ ପ୍ରବଳ ଉଚ୍ଚରେ ଜୁଆର ଆସିବ । ତେଣୁ ଧାମରା ଓ ପାରାଦୀପରେ ୧୦ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଅର୍ଥାତ ଏହି ଅଂଚଳକୁ ସର୍ବାଧିକ ବିପଦ ରହିଛି । ସେହିପରି ପୁରୀକୁ ୮ ନମ୍ବର ବିପଦ ସଂକେତ ଓ ଗୋପଳପୁରକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

The post ବାତ୍ୟା ୟାସ୍‌ ପାଇଁ ଭଦ୍ରକରେ ୭ କିମି ଯାଏ ସ୍ଥଳ ଭାଗକୁ ମାଡ଼ି ଆସିବ ସମୁଦ୍ର ପାଣି first appeared on Sambad.

from ଜିଲ୍ଲା | Sambad https://ift.tt/34gjuYI