ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନ ବିଭାଗ କାର୍ଯ୍ୟାଳୟରେ କାମ କରୁଥିବା ପାରା ବନ କର୍ମଚାରୀ ମୁରାରି ପ୍ରସାଦ ରଥଙ୍କୁ ସୁପାରି କିଲର୍‌ଙ୍କ ସହାୟତାରେ ଅପହରଣ ଏବଂ ହତ୍ୟା ଉଦ୍ୟମ ଆଲୋଡ଼ନ ସୃଷ୍ଟି କରିଛି। ତେବେ ପୁଲିସର ଉପସ୍ଥିତି ବୁଦ୍ଧି ଯୋଗୁଁ ଅପହରଣକାରୀଙ୍କ ଯୋଜନା ପଣ୍ଡ ହୋଇଥିବା ବେଳେ ମୁରାରିଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନାରେ କେସ୍ ନମ୍ବର ୧୧୬ ଅନୁସାରେ ମାମଲା ରୁଜୁ ସହ ଜଣେ ସାମ୍ବାଦିକଙ୍କ ସମେତ ୩ଜଣଙ୍କୁ ଗିରଫ କରାଯାଇଛି।

ଏକ ଦୈନିକ ଖବରକାଗଜର ସାମ୍ବାଦିକ ତଥା ଭୀମପୁରଶାସନ ଗ୍ରାମର ଶିବପ୍ରସାଦ ରଥ ଓରଫ୍ ସୁଲୁ, ଦିଗପହଣ୍ଡି ଅଞ୍ଚଳ କଲୋନି କେନାଲସାହିରେ ରହୁଥିବା ପାଟପୁର ଥାନା ଆମ୍ବଗାଁର ଦେବରାଜ ସେଠୀ ଏବଂ କେ.ନୂଆଗାଁ ଥାନା ଦେଓଖାଳି ଗାଁ ଛକର ପପୁ ପ୍ରଧାନକୁ ଗିରଫ କରାଯାଇ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି। ତେବେ ସାମ୍ବାଦିକ ଶିବପ୍ରସାଦ ହିଁ ଏହି ଘଟଣାର ମାଷ୍ଟର୍‌ମାଇଣ୍ଡ୍ ବୋଲି ଜଣାପଡ଼ିଛି। ୩ ଜଣ ଫେରାର୍ ହୋଇଯାଇଥିବା ବେଳେ ଏହି ଘଟଣା ପାଇଁ ସୁପାରି କିଲର୍‌ଙ୍କ ସହାୟତା ନିଆଯାଇଥିବା କୁହାଯାଉଛି।

ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ଦିଗପହଣ୍ଡି ଅଞ୍ଚଳ କଲୋନି ରାଜପୁର ରୋଡ଼୍‌ରେ ଥିବା ବନବିଭାଗ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଅଭିଯୁକ୍ତ ମାନେ ବାଇକ୍‌ରେ ପହଞ୍ଚିଥିଲେ। ଜଣେ ଯୁବକ ମୁରାରିଙ୍କ ମୋବାଇଲ୍‌କୁ କଲ୍ କରି ତାଙ୍କୁ ବାହାରକୁ ଡାକିଥିଲା। ମୁରାରି ଆସିବା କ୍ଷଣି ସମସ୍ତେ ତାଙ୍କୁ ଘେରି ଯାଇ ନିସ୍ତୁକ ମାଡ଼ ମାରିବା ସହ ବଟି ମାଗିଥିଲେ। ମୁରାରି ସେଠାରୁ ଖସି ଯିବା ପାଇଁ ଉଦ୍ୟମ କରିବାରୁ ତାଙ୍କୁ ସେମାନେ ଏକ ବାଇକ୍‌ରେ ବସାଇ ଅପହରଣ କରିନେଇଥିଲେ।

The post ବନ କର୍ମଚାରୀଙ୍କୁ ଅପହରଣ, ହତ୍ୟା ଉଦ୍ୟମ; ସାମ୍ବାଦିକ ସମେତ ୩ ଗିରଫ, ୩ ଫେରାର୍ first appeared on Sambad.

from ଜିଲ୍ଲା | Sambad https://ift.tt/3402jdS