
କଟକ : ପୁରୀରେ ବଡଶଙ୍ଖ ପରିବା ବଜାରରେ ଗଣ୍ଡଗୋଳ ଓ ସାମ୍ବାଦିକ ଆକ୍ରମଣ ଘଟଣାର ତଦନ୍ତ କରିବାକୁ ପୁରୀ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି, ପୁରୀ ଏସପି ବ୍ୟକ୍ତିଗତ ଭାବେ ଏହି ଘଟଣାର ତଦନ୍ତ କରି ପୁଲିସ ମୁଖ୍ୟାଳୟକୁ ତୁରନ୍ତ ରିପୋର୍ଟ ପ୍ରଦାନ କରିବେ। ରିପୋର୍ଟ ମିଳିବା ପରେ ଏହାକୁ ନେଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପ୍ରକାଶ ଯେ, ବୁଧବାର ପୁରୀରେ ବଡଶଙ୍ଖ ପରିବା ବଜାରରେ ପୁରୀ ପୁଲିସ ଓ ପରିବା ଦୋକାନୀ ମୁହାଁମୁହିଁ ହୋଇଥିଲେ। ସେଠାରେ କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କୁ ପୁଲିସ ଆକ୍ରମଣ କରିଥିଲା। ତାଙ୍କୁ ମାଡ଼ ମାରିବା ସହିତ ପିସିଆର ଭ୍ୟାନରେ ନେଇ ବସାଇଥିଲା। ଏହି ଘଟଣାକୁ ନେଇ ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଘ ପ୍ରତିବାଦ ଜଣାଇଥିଲେ। ଘଟଣାର ଗୁରୁତ୍ବକୁ ବୁଝି ଆଜି ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
The post ସାମ୍ବାଦିକଙ୍କୁ ମାଡ଼ ଘଟଣାର ତଦନ୍ତ କରିବେ ପୁରୀ ଏସ୍ପି first appeared on Sambad.from ଜିଲ୍ଲା | Sambad https://ift.tt/3oA3kmk
0 Comments