
ହାଟଡ଼ିହି: ହାଟଡିହି ବ୍ଲକ ଜଗନ୍ନାଥପୁର ବଜାରରେ ଥିବା ସରସ୍ୱତୀ ବସ୍ତ୍ରାଳୟ କରୋନା କଟକଣାକୁ ଫୁ କରି ଦୋକାନ ଖୋଲି ଥିବାରୁ ଲୋକଙ୍କ ଗହଳି ଜମି ଥିଲା। ଖବର ପାଇ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯିବା ସହିତ ଦୋକାନକୁ ସିଲ୍ କରିଦିଆଯାଇଛି। ସୂଚନା ଅନୁଯାୟୀ, ଦୋକାନ ମାଲିକ ଆଜି ଦୋକାନ ଖୋଲି ବେପାର କରୁଥିଲେ। ସେଠାରେ ଲୋକଙ୍କ ଗହଳି ଜମିଥିଲା। କୌଣସି ସୂତ୍ରରୁ ଖବର ପାଇ ହାଟଡିହି ବିଡିଓ ବିନିତା ବିଜୟିନୀ, ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ ଓ ନନ୍ଦିପଦା ଥାନା ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୋକାନୀଙ୍କୁ ଏନେଇ ତାଗିଦ କରିବା ସହିତ ୧୦ହଜାର ଟଙ୍କା ଜରିମାନା କରି ୩୦ତାରିଖ ପର୍ଯ୍ୟନ୍ତ ଦୋକାନକୁ ସିଲ କରିଦେଇଛନ୍ତି।
The post ଲୁଗା ଦୋକାନ ସିଲ୍, ୧୦ହଜାର ଜରିମାନା first appeared on Sambad.from ଜିଲ୍ଲା | Sambad https://ift.tt/3gGBjat
0 Comments