
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଏମିତି ଏକ ଘାଟି ଅଛି ଯାହାର ମାଟିକୁ ଖାଇବାକୁ ଗୃହପାଳିତ ଓ ଜଙ୍ଗଲୀ ପଶୁ ପାଗଳ। ଗାଈ, ଛେଳିଠାରୁ ଆରମ୍ଭ ବଣୁଆ ହାତୀମାନେ ମଧ୍ୟ ଏହି ଘାଟିର ମାଟି ଖାଇଥାନ୍ତି। ଏହା ବିଶ୍ବାସ ନ ହେଲେ ବି ସତ।
କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ କୁସୁମିତା ଗାଁ ନିକଟରେ ରହିଛି କୁସୁମିତା ଘାଟି। ବିଳ୍ପବୀ ଧରଣୀ ଭୂୟାଁଙ୍କ ଗାଁ କୁସୁମିତାକୁ ଯିବାକୁ ହେଲେ ଏହି ଘାଟି ଅତିକ୍ରମ କରିବାକୁ ପଡ଼ିଥାଏ। ଏହି ଘାଟିକୁ ନେଇ ଏକ ରୋଚକ ଘଟଣା ସମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରୁଛି। ଘାଟିର ମାଟିକୁ ପଶୁମାନେ ଖାଇବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଦିନେ କି ବର୍ଷେ ନୁହେଁ ଦୀର୍ଘବର୍ଷ ଧରି ଏଭଳି ହେଉଥିବା କୁସୁମିତା ଗ୍ରାମର ଲୋକେ କହିଛନ୍ତି। ବିଶେଷ କରି ବର୍ଷାଦିନେ ପଶୁମାନେ ଏଠାକୁ ମାଟି ଖାଇବାକୁ ଆସିଥାନ୍ତି। ପଶୁମାନେ ମାଟି ଖାଇବା ଯୋଗୁଁ ଘାଟିରେ ଏକାଧିକ କୋରଡ଼ ସୃଷ୍ଟି ହେଲାଣି।
ପୂର୍ବରୁ ଏହି ଘାଟିରେ ପାଦଚଲା ରାସ୍ତା ଥିଲା। ଏହାକୁ କେହିକେହି ଘୋଡ଼ାବିନ୍ଧା ଘାଟି ମଧ୍ୟ କହିଥାନ୍ତି। ଘାଟି ଉପରେ ଥିବା ଜଙ୍ଗଲରୁ ହାତୀପଲ ଏଠାକୁ ଆସି ମାଟି ଖାଉଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ଘାଟି କଟାଯିବା ପରେ ହାତୀଙ୍କ ଚଳପ୍ରଚଳ ପାଇଁ ଥିବା ରାସ୍ତା ବନ୍ଦ ହୋଇଗଲା। ଯେଉଁଥିପାଇଁ ଏବେ ଆଉ ହାତୀମାନେ ମାଟି ଖାଇବାକୁ ଆସୁନାହାନ୍ତି। ମାତ୍ର ଗାଈ, ଛେଳି ଏବଂ ବିଭିନ୍ନ ସମୟରେ ପକ୍ଷୀମାନେ ମଧ୍ୟ୍ୟ ବର୍ଷାଦିନେ ଏଠାରେ ମାଟି ଖାଇବା ଦୃଶ୍ୟ ବେଶ ଆମୋଦିତ କରିଥାଏ। ସ୍ଥାନୀୟ ଲୋକଙ୍କ କହିବା କଥା ହେଉଛି, ଏହି ମାଟିର ବାସ୍ନା ଭିନ୍ନ। ସ୍ବାଦ ମିଠା। ଯେଉଁଥିପାଇଁ ପଶୁପକ୍ଷୀ ଏହି ମାଟି ଖାଇବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ସେହିପରି କୁସୁମିତା ଗ୍ରାମର ରାଜୁ ସେଠୀ କହିଛନ୍ତି, ପଶୁମାନେ ଏହି ଘାଟିରୁ ମାଟି ଖାଇବା କିଛି ନୂଆ କଥା ନୁହଁ। ଏହା ବର୍ଷବର୍ଷ ଧରି ଚାଲିଛି। ମାଟିର ସ୍ବାଦ ମିଠା ହୋଇଥିବାରୁ ପଶୁମାନେ ଏହାକୁ ଖାଉଥିବା ସେ କହିଛନ୍ତି।
from ଜିଲ୍ଲା | Sambad https://ift.tt/35JRoFT
0 Comments