
କେନ୍ଦୁଝର : ଜଣେ ୧୨ ବର୍ଷର ଆଦିବାସୀ ନାବାଳିକାକୁ ୭ ମାସର ଗର୍ଭବତୀ କରିଥିବା ଯୁବକକୁ ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁର୍ଷ୍କମକାରୀ ଜଣକ ହେଉଛି ଟାଉନ ଥାନା ସରସ ଗ୍ରାମର ଅଂଶୁମାନ ମହାପାତ୍ର (୨୯)।
ମିଳିଥିବା ସୂଚନା ଅନୁଯାୟୀ, ୨ ବର୍ଷ ପୂର୍ବେ ଟାଉନ ଥାନା ରାଙ୍କି ଅଞ୍ଚଳର ରେଖା (ଛଦ୍ମନାମ)ଙ୍କର ମା ମୃତ୍ୟୁବରଣ କରିବା ପରେ ତାର ବାପା ମଦ ପିଇବା ପାଇଁ ୧୦ ବର୍ଷର ଝିଅକୁ ବିକ୍ରି କରିଦେଇଥିଲା। ଟାଉନ ପୁଲିସ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ରେଖାଙ୍କୁ ଉଦ୍ଧାର କରି ବଣିଆପାଟସ୍ଥିତ ଓପନ ସେଲଟର ହୋମରେ ରଖିଥିଲେ। ଓପନ ସେଲଟର ହୋମ ପକ୍ଷରୁ ରେଖାଙ୍କୁ କୁସୁମିତା ଆବାସିକ ବିଦ୍ୟାଳୟରେ ନାମ ଲେଖାଇ ଦିଆଯିବାରୁ ସେ ସେଠାରେ ରହି ପାଠ ପଢୁଥିଲେ। କରୋନାର ପ୍ରଥମ ଲହର ବେଳେ ହଷ୍ଟେଲ ବନ୍ଦ ହୋଇଯିବାରୁ ରେଖାଙ୍କ ଭାଉଜ ତାଙ୍କ ଘରକୁ ନେଇଆସିଥିଲେ। ଜାନୁୟାରି ୩୧ ତାରିଖରେ ପୁଲିସ ରେଖାଙ୍କ ଭାଉଜ ଘରେ ଅନୈତିକ କାର୍ଯ୍ୟ ହେଉଥିବା ଖବର ପାଇ ଚଢଉ କରିଥିଲେ। ସେଠାରେ ପୁଲିସ କାହାରିକୁ ପାଇ ନଥିଲେ । ସେଠାରୁ ରେଖାଙ୍କୁ ଅସହାୟ ଅବସ୍ଥାରେ ଉଦ୍ଧାର କରି ସଖୀ ୱାନ ଷ୍ଟପ ସେଣ୍ଟର ମାଧ୍ୟମରେ ବଣିଆପାଟ ଓପନ ସେଲଟର ହୋମରେ ରଖିଥିଲେ।
ଏଠାରେ ରହିବାର ପାଖପାଖି ୫ ମାସ ପରେ ଓପନ ସେଲଟର ହୋମର ମୋନିକା ସାହୁ ସନ୍ଦେହରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବାରୁ ଜାଣିବାକୁ ପାଇଲେ ଯେ ସେ ୭ ମାସର ଗର୍ଭବତୀ ଅଟନ୍ତି। ଏଥିନେଇ ରେଖାଙ୍କୁ ପଚାରିବାରୁ ସେ ଅଂଶୁମାନର ନାମ କହିଥିଲେ। ଗତକାଲି ସଂଧ୍ୟାରେ ମୋନିକା ସାହୁ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଅଂଶୁମାନକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବର୍ତ୍ତମାନ ରେଖା ଅସୁସ୍ଥ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
The post ଆଦିବାସୀ ନାବାଳିକା ଗର୍ଭବତୀ, ଅଭିଯୁକ୍ତ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3xTDM71
0 Comments