
ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ ଆଜି ଯୋଜନା ପ୍ରଣୟନ ହେବାର ଦୀର୍ଘ ୬ ବର୍ଷ ପରେ କାର୍ଯ୍ୟକାରୀ କରାଯାଇଛି। ୨୦୧୪-୧୫ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ଦୁଇଟି ଜୀବନବୀମା ଯୋଜନା-ଜାତୀୟ ଗୃହପାଳିତ ପଶୁପକ୍ଷୀ ମିଶନ (ଏନ୍ଏଲ୍ଏମ୍) ଓ ଗୃହପାଳିତ ପଶୁପକ୍ଷୀ ବୀମା ଯୋଜନା (ଏଲ୍ଏସ୍ଆଇଏସ୍)। ତେବେ ରାଜ୍ୟରେ ପ୍ରଥମ ଦିନରୁ ଓଡ଼ିଶା ଲାଇଭ୍ଷ୍ଟକ ରିସୋର୍ସ ଡେଭଲ୍ପମେଣ୍ଟ ସୋସାଇଟି (ଓଆର୍ଏଲ୍ଡିଏସ୍) ନୋଡାଲ୍ ଏଜେନ୍ସି ଭାବେ ନିଯୁକ୍ତ କରାଯାଇ ଏହାକୁ ଲାଗୁ କରାଯାଇଥଲା। ପ୍ରଥମ ବର୍ଷ ୬୦ହଜାର ଗୃହପାଳିତ ପଶୁପକ୍ଷୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ତେବେ ପରବର୍ତୀ ବର୍ଷ ଗୁଡ଼ିକରେ ଏହି ଯୋଜନା ଧୀମେଇ ଯାଇଥିଲା। ଖୋର୍ଦ୍ଧା ଗ୍ରାମାଂଚଳରେ ଗତକାଲି ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ସହରରେ ଥିବା ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଦ୍ୱାରା ଅନୁଷ୍ଠିତ ଏଡି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଭାଗୀୟ ଉପନିର୍ଦେଶକ ଡଃ. ରଜନୀକାନ୍ତ ରଥ ଏହାର ଅଧ୍ୟକ୍ଷତା କରିଥିଲେ।
ଜିଲ୍ଲା ମୁଖ୍ୟ ପ୍ରାଣିଧନ ଚିକିତ୍ସାଧିକାରୀ ଡଃ. ଆଶିଷ କୁମାର ଶତପଥି, ଅତିରିକ୍ତ ଜିଲ୍ଲା ପ୍ରାଣି ଚିକିତ୍ସାଧିକାରୀ ଡଃ. ଦେବେନ୍ଦ୍ର କୁମାର ସୋଲାଙ୍କି, ଜିଲ୍ଲା ତାଲିମ ସଂଯୋଜକ ଡଃ. ବୀରେନ୍ଦ୍ର କୁମାର ପୃଷ୍ଟି ଉପସ୍ଥିତ ଥିଲେ। ଏହି ଯୋଜନା ଦ୍ୱାରା ପଶୁପାଳକଙ୍କ ଜୀବନ ଓ ଜୀବିକା ସୁରକ୍ଷିତ ରହିବାରେ ସହାୟକ ହେବ ବୋଲି ଡାକ୍ତର ଓ ବିଧାୟକ ମତ ଦେଇଥିଲେ। ଖୋର୍ଦ୍ଧା ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡଃ. ପ୍ରଜ୍ଞା ହରିଚନ୍ଦନ ଧନ୍ୟବାଦ ଦେଇଥିଲେ। ସଦାନନ୍ଦ ନାୟ ଓ ରାଧାକାନ୍ତ ପାତ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।
The post ୬ ବର୍ଷ ପରେ ଖୋର୍ଦ୍ଧାରେ ଆରମ୍ଭ ହେଲା ପ୍ରାଣୀଧନ ବୀମା ଯୋଜନା first appeared on Sambad.from ଜିଲ୍ଲା | Sambad https://ift.tt/3wJtjLw
0 Comments