ଜୟପୁର: ଗତ ୪ବର୍ଷ ତଳେ ‘ବିଜୁ ଏକ୍ସପ୍ରେସ ୱେ’ ୩୬୩୦ କୋଟି ଟଙ୍କାରେ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ସେତେବେଳେ କୋରାପୁଟଜିଲ୍ଲାର ଚାନ୍ଦିଲିରୁ ଆରମ୍ଭ ହୋଇ ନବରଙ୍ଗପୁର , କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା , ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ପର୍ଯ୍ୟନ୍ତ ୬୫୬କିଲୋମିଟର ରାସ୍ତା ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ରାଉରକେଲାରୁ ନୂଆପଡ଼ା ପର୍ଯ୍ୟନ୍ତ ୩୫୫କିଲୋମିଟର ୪ଲାଇନ୍ ଓ ନୂଆପଡ଼ାରୁ ଚାନ୍ଦିଲି ପର୍ଯ୍ୟନ୍ତ ୩୫୧କିଲୋ ମିଟର ୨ଲାଇନ୍ କରିବାକୁ ଯୋଜନା ହୋଇଥିଲା। ଏହାରି ମଧ୍ୟରେ ରାଉରକେଲାରୁ ନୂଆପଡ଼ା ପର୍ଯ୍ୟନ୍ତ ୪ଲାଇନର କାମ ସରିଛି।

ଅନ୍ୟପକ୍ଷରେ ଅନ୍ୟ ପକ୍ଷରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଏହି ପ୍ରକଳ୍ପର ପଦ୍ମବି ଘୁଛିଂନି। ଏବେ ରାଜ୍ୟସରକାର କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ପରିବର୍ତ୍ତନ କରି ଏଥିରୁ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ଏଥିରୁ ବାଦ୍ ଦେଇଛନ୍ତି। ଏହା ପରେ ଏବେ ଏହାକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। କୋରାପୁଟ ଓନବରଙ୍ଗପୁର ଜିଲ୍ଲାର ସାମଗ୍ରୀକ ବିକାଶକୁ ଅଣଦେଖା କରି ଏହି ପ୍ରକଳ୍ପରୁ ବାଦ୍ ଦେଇଥିବା ଅଭିଯୋଗ କରିଛନ୍ତି ବିଜେପିର ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଗୌତମ ସାମନ୍ତରାୟ, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ସାୱନ୍ ମହାନ୍ତି, ଯୁବ ନେତା କାହ୍ନୁ ଦାଶ। ଅନ୍ୟ ପକ୍ଷରେ ଏହି ରାସ୍ତା ହେଲେ ପଛୁଆ ଅଂଚଳ ଭାବେ ପରିଗଣିତ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଗମନାଗମନ ସହ ବ୍ୟବସାୟୀକ, ଅର୍ଥନୈତିକ ବିକାଶ ହେବ , ଏଦିଗରେ ରାଜ୍ୟସରକାର ପୁର୍ନବିଚାର କରିବାକୁ ଅନୁରୋଧ କରିଛନ୍ତି ସାଂସଦ ପ୍ରତିନିଧି ତିରୁପତି ବାଲାଜୀ ମହାନ୍ତି, ବିଜେପିର ବରିଷ୍ଠ ନେତା ପଙ୍କଜପାତ୍ର ,ସୁଶାନ୍ତ ବକ୍ସି, ପ୍ରଦୀପ ବକ୍ସି, ଆରିଫ ପଟେଲ, ଗୋପାଳ ଲାଲ, ସୁଚିତ୍ରା ସ୍ବାଇଁ , ବିଦୁଲତା ବକ୍ସି, ।

ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟ୍ ବୈଠକରେ କଳାହାଣ୍ଡି ଓ ନୂଆପଡ଼ା ଉଭୟ ଜିଲ୍ଲାକୁ ସଂଯୋଗ କରୁଥିବା ୨ ଲେନ୍ ବିଶିଷ୍ଟ ନିର୍ମାଣାଧୀନ ୧୭୪.୫ କିଲୋମିଟର ଦୀର୍ଘ ‘ବିଜୁ ଏକ୍ସପ୍ରେସ୍ ୱେ’କୁ ୪ ଲେନ୍ ବିଶିଷ୍ଟ କରାଯିବା ପ୍ରସ୍ତାବ ଅନୁମୋଦନ ହୋଇଛି। ୪୪୮ କୋଟି ୨ ଲକ୍ଷ ଟଙ୍କା ବ୍ୟୟରେ ନୂଆପଡ଼ା ଜିଲ୍ଲାର ଘାଟିପଡ଼ାରୁ ସିନାପାଲି ପର୍ଯ୍ୟନ୍ତ ୧୦୪.୬୫ କିଲୋମିଟର ବିଜୁ ଏକ୍ସପ୍ରେସ ଓ୍ବେ ନିର୍ମାଣ କରାଯିବ। ସେହିପରି କଳାହାଣ୍ଡିର ସିନାପାଲିରୁ ଧର୍ମଗଡ଼ ଦେଇ ଆମ୍ବପାଣି ପର୍ଯ୍ୟନ୍ତ ୬୯.୮୫ କିଲୋମିଟର ରାସ୍ତା ପାଇଁ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ୬ବର୍ଷ ତଳେ କୋରାପୁଟର ଚାନ୍ଦିଲି ଠାରୁ ନୂଆପଡ଼ା ପର୍ଯ୍ୟନ୍ତ ଏକାରକମର ରାସ୍ତା ନିର୍ମାଣ ଘୋଷଣା ହେବା ପରେ ଉଭୟ ଜିଲ୍ଲାବାସୀ ଏହି ପ୍ରସ୍ତାବକୁ ସ୍ବାଗତ କରିଥିଲେ। ଉଭୟ ଜିଲ୍ଲାର ପୁର୍ଣ୍ଣାଙ୍ଗବିକାଶରେ ଏହି ରାସ୍ତା ମୁଖ୍ୟ ଭୁମିକା ଗ୍ରହଣ କରିବ ବୋଲି ଆଶାବକ୍ତ କରିଥିଲେ। ଏବେ ଏହି ଘୋଷଣା ଉଭୟ ଜିଲ୍ଲାବାସୀଙ୍କୁ ନିରାଶ ହେବାକୁ ପଡ଼ିଛି। ତେବେ ଏହାକୁ ନେଇ ଉଠିଥିବା ପ୍ରତିକ୍ରୀୟାେ ଜୋର ଧରିବା ପୂର୍ବରୁ ରାଜ୍ୟସରକାର, ସାଂସଦ, ବିଧାୟକ, ପ୍ରତିନିଧି ଆଦି ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି।

The post ବିଜୁ ଏକ୍ସପ୍ରେସ ୱେରୁ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ବାଦ୍ ପଡ଼ିଲା: ତୁରନ୍ତ ଦୁଇ ଜିଲ୍ଲାକୁ ସାମିଲ୍ କରିବାକୁ ଉଠିଲା ଦାବି first appeared on Sambad.

from ଜିଲ୍ଲା | Sambad https://ift.tt/3qd3NvF