ଜୟପୁର:  ଆମ ଜଙ୍ଗଲ ଯୋଜନାରେ ବନବିଭାଗ ଓ ଜୀବିକା ମିଶନ(ସମନ୍ବିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ) ଓ କୃଷି ବିଭାଗ ପକ୍ଷରୁ ଜୟପୁର ବନାଂଚଳର ୨ଟି ବନସୁରକ୍ଷା ସମିତିର ୩୭ଜଣ ଚାଷୀଙ୍କୁ କୃଷି ଉପକରଣ ବିତରଣ କରାଯାଇଥିଲା। ବାଟଜଗନ୍ନାଥପୁର ୧୩ଜଣ ଚାଷୀ ଓ ମାଣ୍ଡିକୋଟା ୨୪ଚାଷୀଙ୍କୁ ବିତରଣ ହୋଇଥିଲା।  ଏହି କୃଷି ଉପକରଣ ଉପଯୋଗ କରି କିଭଳି ଉନ୍ନତମାନର ଚାଷ କରିହେବ ସେ ଦିଗରେ  ସମନ୍ବିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ  ଚାଷୀଙ୍କୁ ବୁଝାଇଥିଲେ। ସେଭଳି ଏଥିରେ କୃଷି ବିଭାଗର ଲମ୍ବୋଧର ହାଲୱା, ବନପାଳ ପ୍ରଶାନ୍ତ କୁମାର ସାମନ୍ତରାୟ, ଜୀବିକା ମିଶନର ଦେବାଶିଷ ପଟ୍ଟନାୟକ, ଜୀବନ ଜୀବିକା ବିଶାରଦ ପ୍ରକାଶ ପ୍ରଧାନ, ପ୍ରକଳ୍ପ ପରିଚାରକ କେଶବ ଦାସ, ଗ୍ରାମବିକାଶ ସଂଗଠନର ଦଳପତି ଆରତୀ ଦାସ, ସୀମାଂଚଳ ତ୍ରପାଠୀ, ଶିବଶଙ୍କର ଲାମତା ପ୍ରମୁଖ ଭାଗ ନେଇଥିଲେ।

The post ଆମ ଜଙ୍ଗଲ ଯୋଜନାରେ ୩୭ଚାଷୀଙ୍କୁ କୃଷି ଉପକରଣ ବିତରଣ  first appeared on Sambad.

from ଜିଲ୍ଲା | Sambad https://ift.tt/3iOVJ2n