
ବୌଦ୍ଧ : ଟିକାକୁ ନେଇ ରାଜନୀତି ଜୋର ଧରିଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଶ୍ରେୟ ନେବାକୁ ଛାଡ଼ୁ ନାହାନ୍ତି ବିଜେପି ଓ ବିଜେଡି ଦଳ। ମଙ୍ଗଳବାର ବିଜେପି କର୍ମକର୍ତ୍ତାମାନେ ବୌଦ୍ଧ ଟାଉନ ହଲ୍ରେ ହୋଇଥିବା ଟିକାଦାନ କେନ୍ଦ୍ରରେ ପ୍ରତିବାଦ କରିଥିଲେ। ଟିକାଦାନ ପରେ ପ୍ରଦାନ କରାଯାଉଥିବା ପୁସିଂ କାର୍ଡରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବା ନେଇ ଅଭିଯୋଗ କରିଥିଲେ। ଟିକା ଗ୍ରହିତାଙ୍କୁ ଏହି କାର୍ଡ ନ ଦେବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ। ପରେ ଟିକାଦାନ କେନ୍ଦ୍ରରେ ବିଜେପିର ଦଳୀୟ ଚିହ୍ନ, ପ୍ରଧାନମନ୍ତ୍ରୀଙ୍କ ଫଟୋ ଓ ଦଳୀୟ କର୍ମକର୍ତ୍ତାଙ୍କ ଫଟୋ ଥିବା ବ୍ୟାନର ଲଗାଇଥିଲେ।
ବୁଧବାର ବିଜେଡି ଏହାକୁ ବିରୋଧ କରିଛି। ପ୍ରଧାନମନ୍ତ୍ରୀଙ୍କ ଫଟୋ ଚିତ୍ର ଲଗାଇବାରେ କୌଣସି ଆପତ୍ତି ନାହିଁ, ତେବେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ମଧ୍ୟ ରହିବା ଉଚିତ ବୋଲି ବିଜେଡି କହିଛି। ଫଳରେ ଦଳୀୟ କର୍ମକର୍ତ୍ତାମାନେ ବିଜେପିର ବ୍ୟାନରକୁ ହଟାଇ ଦେଇଥିଲେ। ଏଥିରେ ବିଜେଡି ଜୋନାଲ ସଭାପତି ଅଶୋକ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଛାତ୍ର ବିଜେଡି ସଭାପତି ସଂଗ୍ରାମ ଦାସ, ବରିଷ୍ଠ ନେତା ତାରେଣୀ ମହାପାତ୍ର, ଧୂରୀଣ ଦେହୁରୀ, ପୃଥ୍ବୀରାଜ ମେହେର, ବସନ୍ତ ସ୍ବାଇଁ, କମଳ ସାମଲ ପ୍ରମୁଖଙ୍କ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।
The post ଟିକାକରଣକୁ ନେଇ ରାଜନୈତିକ ଛକାପଞ୍ଝା, କାଲି ବିଜେପି ପରେ ଆଜି ବିଜେଡିର ବିରୋଧ first appeared on Sambad.from ଜିଲ୍ଲା | Sambad https://ift.tt/3vOYd3B
0 Comments