
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ମାନବିକତା ବଞ୍ଚି ରହିଛି। କରୋନା କେତେ ଲୋକଙ୍କ ଘର ଉଡାଜି ଦେଇଛି ତାହା ଗଣନା କରାଯାଇପାରିବ ନାହିଁ। ସେହିକ୍ରମରେ ମାଥିଲି ମିଲୁଗୁଡା ସାହିର ଟୁକୁନା ନାୟକ କିଡନି ରୋଗରେ ପିଡୀତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିନୋଦ ସେହି ପରିବାରକୁ ସହଯୋଗର ହାତ ବଢାଇଛନ୍ତି। କିପରି ଟୁକୁନା କଟକ ଯାଇ ଅପରେସନ କରାଇପାରିବେ ସେନେଇ ସେ ପ୍ରଥମେ ୧୦ ହଜାର ଟଂକା ସହଯୋଗ କରିବା ପରେ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରକାଶ ଥାଉକି ମାଲକାନଗିରି ବ୍ଲକର ପାଣ୍ଡ୍ରିପାଣି ଅଂଚଳର ଫକିରୀ ଖଡୁଆଳସିଂ ନାମକ ବୃଦ୍ଧ ମହିଳାଙ୍କ ମୁଖ କର୍କଟ ହୋଇଥିବାରୁ ଚିକିତ୍ସାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ବିନୋଦ ଦୃଷ୍ଟି ଦେଇଥିଲେ। ଆଜି ତାଂକର ସଫଳ ଅସ୍ତପ୍ରଚାର ହୋଇଛି କଟକରେ। ସେହିପରି ତଳସାହିର ଡମୁଣୀ କାଣ୍ଡକୀ(୭୦) ନାମକ ମହିଳା ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିବା ବେଳେ ନିଜର ବୋଲି କେହି ନାହିଁ। ଲକଡାଉନ ଯୋଗୁଁ ସେ ଆହୁରି ହଇରାଣ ହେଉଥିବା ଜାଣିବାକୁ ପାଇବା ପରେ ତୁରନ୍ତ ବିନୋଦ ଡମୁଣୀ ନିକଟରେ ପହଞ୍ଚି ତାଂକୁ ଆର୍ଥିକ ୪ ହଜାର ଟଂକା ସହଯୋଗ କରିବା ସହ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ମହାମାରୀ କରୋନା ବହୁ ଲୋକଙ୍କୁ ଦିନ ଦରିଦ୍ର କରିଥିବା ବେଳେ କିନ୍ତୁ ବିନୋଦ ନିଜର ମାନବିକତା ପ୍ରଦର୍ଶନ କରିଆସୁଛନ୍ତି। ତାଂକର ଏଭଳି ସହଯୋଗକୁ ଜିଲ୍ଲାବାସୀ ଭୃୟସୀ ପ୍ରଶଂସା କରିଛନ୍ତି।
The post ସମ୍ବାଦ ପ୍ରଭାବ: କିଡନି ରୋଗୀ ଟୁକୁନା ଓ ଅସହାୟ ଡମୁଣୀକୁ ସହଯୋଗର ହାତ ବଢ଼ାଇଲେ ବିନୋଦ first appeared on Sambad.from ଜିଲ୍ଲା | Sambad https://ift.tt/3ipRV7u
0 Comments