
ଜୟପୁର: ବିନା ରୟଲଟିରେ ବାଲି ଓ ପଥର ଚାଳାଣ ହେଉଥିବା ବେଳେ ସ୍ଥାନୀୟ ଲକ୍ଷ୍ମୀପଣ୍ଡା ଛକରେ ଜୟପୁର ତହସିଲ ପକ୍ଷରୁ ଧରପଗଡ଼ କରାଯାଇଥିଲା। ଏଥିରେ ବହୁ ଟିପର୍ ଓ ଟ୍ରାକ୍ଟର ଆଦି ଧରା ପଡ଼ିଥିଲେ। ଏମାନଙ୍କ ଠାରୁ ୧ଲକ୍ଷ ୨୯ହଜାର ଟଙ୍କାର ଜୋରିମାନା ଓ ରେଡକ୍ରସ ବାବଦକୁ ୫୦୦ଟଙ୍କା ଆଦାୟ କରାଯାଇଥିବା ସୂଚନା ଦେଇଛନ୍ତି ଜୟପୁର ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ। ଏଥିରେ ତହସିଲଦାର, ଅତିରିକ୍ତ ତହସିଲଦାର ମାନସ ରଂଜନ ଘଡେଇ, ଉମୁରୀ ଆରଆଇ ଅଜିତ କୁମାର ସାହୁ, ଜୟନ୍ତଗିରୀ ଆରଆଇ ଗୁପ୍ତ ପ୍ରସାଦ ତ୍ରିପାଠୀ ପ୍ରମୁଖ ଭାଗ ନେଇଥିଲେ।
The post ବିନା ରୟଲଟିରେ ବାଲି ଓ ପଥର ଚାଲାଣ; ୧ଲକ୍ଷ ୨୯ହଜାର ଜୋରିମାନା ଆଦାୟ first appeared on Sambad.from ଜିଲ୍ଲା | Sambad https://ift.tt/3pt7Un3
0 Comments