
ସୋନପୁର : ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ସୋନପୁରରେ ପାଳିତ ହେଉଛି ଶୀତଳଷଷ୍ଠୀ। ବୁଧବାର ବିଳମ୍ବିତ ରାତିରେ ଶ୍ରୀ ଶ୍ରୀ ସୁବର୍ଣ୍ଣମେରୁ ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ବାବା ଏବଂ ଜଗତ ଜନନୀ ମାତା ପାର୍ବତୀଙ୍କ ମଧ୍ୟ ରୀତିନୀତି ଅନୁଯାଇ ଥନାପତିପଡ଼ା ହିମାଦ୍ରୀ ନଗରରେ ବିବାହ ସମ୍ପନ୍ନ ହୋଇଛି। ସୋନପୁର ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ହେଉଛନ୍ତି ୧୦୮ ଭରି ସୁବର୍ଣ୍ଣ ନିର୍ମିତ ଚନ୍ଦ୍ରଶେଖର ବାବା ଯିଏକି ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଜିଲ୍ଲା କୋଷାଗାରରୁ ବାହାରନ୍ତି।
The post ସୋନପୁର ଶୀତଳଷଷ୍ଠୀ, ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ first appeared on Sambad.from ଜିଲ୍ଲା | Sambad https://ift.tt/3q1d4Xr
0 Comments