କେନ୍ଦୁଝର: ଏକ ମାଲଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ଗୋପୀନାଥପୁର ପଞ୍ଚାୟତ଼ ଖୁଣ୍ଟାପଡ଼ା ଗ୍ରାମର ସ୍ବର୍ଗତଃ ଚ଼ନ୍ଦନା ନାଏକଙ୍କ ପୁଅ କଳ୍ପତ଼ରୁ ନାଏକ(୪୫)। ଗତ଼କାଲି କଳ୍ପତ଼ରୁ ଧାନ ବିହନ କିଣିବାକୁ ଘରୁ ୧୫ଶହ ଟଙ୍କା ଧରି ସାଇକଲରେ ଆସିଥିଲେ। ମାତ୍ର ସେ ଘରକୁ ଫେରି ନଥିଲେ। ପରିବାର ଲୋକେ ତ଼ାଙ୍କୁ ବହୁଖୋଜା ଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳି ନଥିଲା। ଆଜି ସକାଳେ ମାଲଗାଡ଼ି ଧକ୍କାରେ କଳ୍ପତ଼ରୁଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା। ଦୁଇଗୋଡ଼ କଟିଯାଇଥିବା ଅବସ୍ଥାରେ ସଦର ଥାନା ଅନ୍ତର୍ଗତ଼ ସିଲିସୁଆଁ ନିକଟ ରେଳ ଧାରଣାରୁ ତ଼ାଙ୍କର ଶବ ମିଳିଥିଲା। ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତ଼ଦନ୍ତ ଆରମ୍ଭ କରିଥିଲା। ଏନେଇ ୩୭/୨୧ରେ ଏକ ଅପମୃତ୍ୟୁ ମାମଲା ରଜୁ କରି ପୁଲିସ ତଦନ୍ତ ଚଳାଇଛି। ମୃତ ଦେହକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚ଼ିକିତ୍ସାଳୟକୁ ପଠାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

The post ମାଲଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/2TFRH1H