
ଭଞ୍ଜନଗର: ଆଜି ପବିତ୍ର ଜ୍ୟୋଷ୍ଠ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀ। ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ସହିତ ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଏହି ଉତ୍ସବ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି। ମହମାରୀ କରୋନା ପାଇଁ ଯାତ୍ରାକୁ ସଂପୂର୍ଣ୍ଣ ବନ୍ଦ ରଖିବା ପାଇଁ ପ୍ରଶାସନ ନିଷ୍ପତି ନେଇଥିବା ବୋଳେ ମନ୍ଦର ବେଢାରେ କେବଳ ରୀତିନୀତିରେ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଛି। ଜନ ଗହଳିକୁ ଦୃଷ୍ଟିରେ ରଖି କିଛି ମନ୍ଦିର ସାମ୍ନାରେ ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ଜଗି ରହିଥିଲେ।
କୁଲାଡ ସ୍ଥିତ ଜଗନ୍ନାଥ ମନ୍ଦିର, ଭଞ୍ଜନଗର, ବଡ କୋଦଣ୍ଡା ଓ ଭେଜିପୁଟ୍ ଠାରେ ମନ୍ଦିର ଭିତରେ ଭକ୍ତମୟ ପରିବେଶରେ ଏହି ନୀତି ସମ୍ପନ୍ନ ହୋଇଥିବା ଜଣାପଡିଛି। ସୀମିତ ସେବାୟତ ପୂଜକ ମାନଙ୍କୁ ନେଇ ଏହି ସ୍ନାନ ଯାତ୍ରା ସମ୍ପନ୍ନ ହୋଇଥିଲା। ଠାକୁର ମାନଙ୍କୁ ରତ୍ନ ସିଂହାସନରୁ ଓହ୍ଲାଇଯିବା ପରେ ଧାଡି ପହଣ୍ଡିରେ ଭୋର୍ ସମୟରୁ ହିଁ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସମ୍ପନ୍ନ ହେବାପରେ ୧୦୮ ଗରାରେ ଦିବ୍ୟସ୍ନାନ କରାଇବା ପରେ ଠାକୁର ମାନଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା। କରୋନା କଟକଣା ପାଇଁ ରୀତିନୀତି ଅନୁଯାୟୀ ସମସ୍ତ ପୂଜାକାର୍ଯ୍ୟ ହୋଇଥିବା ବେଳେ ବିନା ଭକ୍ତଙ୍କ ଉପସ୍ଥିତିରେ ଚଳିତ ବର୍ଷ ଏହି ଉତ୍ସବ ପାଳନ ଯୋଗୁ ଶ୍ରଦ୍ଧାଳୁ ନିରାଶ ହୋଇଥିବା ଜଣାପଡିଛି।
The post ଭଞ୍ଜନଗରରେ ବିନା ଭକ୍ତରେ ସମାପନ ହେଲା ସ୍ନାନଯାତ୍ରା first appeared on Sambad.from ଜିଲ୍ଲା | Sambad https://ift.tt/3xT6vcu
0 Comments