
ଜୟପୁର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଲକଡାଉନ୍ ଓ ସଟଡାଉନ୍ ଲାଗୁ କରିଛନ୍ତି। ପ୍ରଥମ ଲହର ଠାରୁ ଦ୍ବିତୀୟ ଲହର ଭୟଙ୍କର ଥିବା ବେଳେ ମୃତ୍ୟୁହାର ମଧ୍ୟ ବୃଦ୍ଧି ପାଉଛି। ଜୟପୁର ସହରରେ ସଂକ୍ରମଣ ହାର ବଢ଼ି ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ନିୟମକୁ କଡାକଡି ପାଳନ କରାଯାଉଥିଲା। ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ମିଳୁଥିବା ବେଳେ ପରବର୍ତ୍ତୀ ମୂହୁର୍ତ୍ତରେ ଅନ୍ୟାନ୍ୟ ଦୋକାନ ଖୋଲିଥିବା ଦେଖିବାକୁ ମିଳିଛି। କିନ୍ତୁ ସେଲୁନ୍ ଗୁଡିକ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିପାରି ନାହିଁ।
ସେଲୁନ ଖୋଲିଥିବା ବାରିକମାନେ ପରିବାର ଚଳାଇବାରେ ବହୁ ଅସୁବିଧା ସମ୍ମୁଖୀନ ହେଉଥିବାର ପ୍ରକାଶ କରିଛନ୍ତି। ସହାୟତା ପ୍ରଦାନ ଓ ସେଲୁନ ଖୋଲିବା ଦାବିରେ ଆଜି ଜିଲ୍ଲା କଂଗ୍ରେସ ଓ ବାରିକ ସଂଘର ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ମାସ ମାସ ଧରି ଦୋକନ ବନ୍ଦ ପଡିଥିବା ବେଳେ ରୋଜଗାର କିଛି ହୋଇପାରୁ ନାହିଁ। ଖାଦ୍ୟପେୟ ସହିତ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ କରିବା କଷ୍ଟକର ହୋଇପଡିଛି। ଦିନସାରା ଯାହା ରୋଜଗାର କରୁଥିଲେ ସେଥିରେ ଗୁଜୁରାଣ ମେଣ୍ଟୁଥିବା ବେଳେ ସଞ୍ଚିତ ଅର୍ଥ ମଧ୍ୟ ସରିଗଲାଣି। ମହାମାରୀ ପ୍ରଭାବରେ ଅର୍ଥ ଉପର୍ଜନ ହୋଇପାରୁ ନାହିଁ। ଯାହାଫଳରେ କୋଭିଡ୍ ନିୟମମାନି ସେଲୁନ୍ ଖୋଲିବୁ ବୋଲି ଦାବି କରିଛନ୍ତି।
ଏଥିସହ ବହୁ ବାରିକ ଗରିବ ଶ୍ରେଣୀର ହୋଇଥିବା ବେଳେ ସେମାନଙ୍କୁ ସହାୟତା ରାଶି ପ୍ରଦାନ ପାଇଁ ନିବେଦନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ନଗର ସଭାପତି ନରେନ୍ଦ୍ର ମହାନ୍ତି, ଉପସଭାପତି ଗଙ୍ଗାଧର ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ନିହାର ରଞ୍ଜନ ବିଶୋୟୀ, ସତ୍ୟ ନାୟକ, ଡି ଶ୍ରୀନୁ, ବାରିକ ସଂଘର ସଭାପଦତି ପି. ଗୋପାଳ ରାଓ, ଉପସଭାପତି ଏ.ପାଢ଼ୀ ରାଜୁ, ସମ୍ପାଦକ ଟି. ମହେଶ, ଜି. ଜଗଦିଶ ଓ ଜି. ଶଙ୍କର ରାଓଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ।
The post ସେଲୁନ୍ ଖୋଲିବୁ କେବେ? ସହାୟତା ପାଇଁ ବାରିକ ସଂଘର ଦାବି first appeared on Sambad.
from ଜିଲ୍ଲା | Sambad https://ift.tt/35S9aqB
0 Comments