ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍‌ କନ୍ଧମାଳ ସୀମାନ୍ତ ତଲନୂଆଗାଁଠାରେ ରବିବାର ଅବକାରୀ ଚଢ଼ାଉ ହୋଇଥିଲା। ମ. ରାମପୁର ବ୍ଲକ୍‌ ଭାରପ୍ରାପ୍ତ ଅବକାରୀ ଅଧିକାରୀ ଏସ୍‌ଆଇ ରଞ୍ଜୁଲତା ବାରିକଙ୍କ ନେତୃତ୍ୱରେ କନ୍ଧମାଳ ଯାଉଥିବା କାର (ସିଜି ୦୪ ଏଚ ୯୩୯୨)କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଏହି କାରରୁ ୨୧ କେଜି ଗଞ୍ଜେଇ ଜବତ କରାଯାଇ ଛତିଶଗଡ଼ ଦୁର୍ଗର ଅନିଲ ସୋନି(୩୫)କୁ ଗିରଫ କରାଯାଇଥିଲା।

ସେହିଭଳି ଏକ ବାଇକ (ଓଡି ୨୭ ବି ୯୬୧୯)କୁ ଅଟକାଇ ଯାଞ୍ଚ କରିବା ବେଳେ ୫କେଜି ଗଞ୍ଜେଇ ମିଳିଥିଲା। ଏହି ଘଟଣାରେ କନ୍ଧମାଳ ଜିଲ୍ଲା ଖମନଖୋଲ ଗ୍ରାମର  ରୋମାଂଚଳ ବାଗ(୧୯)କୁ ଗିରଫ କରାଯାଇଛି। ଚଢ଼ାଉରେ ଅବକାରୀ କ‌ନେଷ୍ଟବଳ ରବି ନାଗ, ସିଆରୀ ହରିଜନ ସାମିଲ ହୋଇଥିଲେ।

The post ତଲନୁଆଗାଁରେ ଅବକାରୀ ଚଢ଼ାଉ: ଦୁଇ ଗିରଫ, କାର୍‌ ଓ ବାଇକ ସହ ୨୬କେଜି ଗଞ୍ଜେଇ ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3gczSzd