
ଧର୍ମଶାଳା : ପୂର୍ବରୁ ୨ଥର ସିଲ୍ ହୋଇଥିଲା ଜାରକା ଗୋପବନ୍ଧୁ ଛକରେ ଥିବା ଶ୍ରୀମାନଶ୍ରୀମତୀ ଏନ୍ଏକ୍ସ ଲୁଗା ଦୋକାନ। ଆଜି ପୁଣି ଏହି ଦୋକାନ ତୃତୀୟ ଥର ପାଇଁ ସିଲ୍ ହୋଇଛି। ରବିବାର ସଟ୍ଡାଉନ ସତ୍ତ୍ବେ ଦୋକାନ ଭିତରେ ବେପାର ଚାଲିଥିଲା। କୌଣସି ସୂତ୍ରରୁ ସୂଚନା ପାଇ ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ ଚଢ଼ଉ କରିଥିଲେ। ଏହି ସମୟରେ ଦୋକାନରେ କେତେକ ଗ୍ରାହକ ପୋଷାକ କିଣୁଥିଲେ।
କୋଭିଡ୍ ନିୟମ ଖୋଲାଖୋଲି ଉଲ୍ଲଂଘନ ହେଉଥିବାରୁ ପୁଲିସ୍ ଗ୍ରାହକମାନଙ୍କୁ ବାହାର କରିଦେଇ ଦୋକାନକୁ ପୁଣି ସିଲ୍ କରି ଦେଇଥିଲା। ଏହି ଦୋକାନକୁ ପୂର୍ବରୁ ଧର୍ମଶାଳା ବିଡିଓ ଅରବିନ୍ଦ ବେହେରା ଓ ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ ସିଲ୍ କରିଥିଲେ। ଦୋକାନ ଆଗରେ ତାଲା ଝୁଲୁଥିବା ବେଳେ ଦୋକାନୀ ଭିନ୍ନ ଭିନ୍ନ ଦ୍ବାର ଖୋଲି ଭିତରେ ବେପାର କରୁଥିଲେ।
The post ୩ ଥର ସିଲ୍ ହେଲା ଲୁଗା ଦୋକାନ first appeared on Sambad.from ଜିଲ୍ଲା | Sambad https://ift.tt/3cGMm14
0 Comments