ଧର୍ମଗଡ଼: ହାତରୁ ମେହେନ୍ଦୀ ଲିଭିନ ଥିବା ବେଳେ ନିଜ ସ୍ୱାମୀଙ୍କୁ ହରାଇଛନ୍ତି ନବ ବିବାହିତା। ବାଇକ୍‌ ଦୁର୍ଘଟଣାରେ ଚାଲିଯାଇଛି ସ୍ୱାମୀଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଳହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ସନ୍ଧିକୁଲିହାରି ଗ୍ରାମରେ। ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତିରେ ସନ୍ଧିକୁଲିହାରି ଗାଁର ମୁକେଶ ବାଗ (୩୦) ନିଜ ବାଇକ୍‌ରେ ଜୁନାଗଡ଼ ପଟରୁ ନିଜ ଗାଁକୁ ଫେରୁଥିଲେ। ଭାରସାମ୍ୟ ହରାଇ ବା‌ଇକ୍‌ଟି ଗୋଟିଏ ଖୁଣ୍ଟରେ ପିଟି ହୋଇଥିଲା। ସ୍ଥାନୀୟ ପୁଲିସ ଗୁରୁତର ଅବସ୍ଥାରେ ମୁକେଶଙ୍କୁ ଉଦ୍ଧାର କରି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ତାଙ୍କୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।  ପୁଲିସ ଅଧିକାରୀ ବିପିନ କୁଳଦୀପ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି। ରବିବାର ସକାଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ। ମୁକେଶ ୭ ଦିନ ତଳେ ବିବାହ କରିଥିଲେ।

The post ୭ ଦିନ ତଳେ ବିବାହ କରିଥିଲେ, ଦୁର୍ଘଟଣାରେ ଯୁବକ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3cE5htr