
ବରଗଡ଼ : ବରଗଡ଼ ଠାରେ ପ୍ରସ୍ତାବିତ କ୍ୟାନସର୍ ହସ୍ପିଟାଲକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଗୋଟିଏ ହିସାବରେ ଅବସାନ ଘଟିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ୬ଟି କ୍ୟାନସର ହସ୍ପିଟାଲ ପାଇଁ ବୈଷୟିକ ମଂଜୁରି ସକାଶେ ମୁମ୍ବାଇସ୍ଥିତ ଅଟୋମେଟିକ୍ ଏନାର୍ଜି ରେଗୁଲେଟୋରି ବୋର୍ଡ (ଏଇଆର୍ବି)କୁ ଅନୁମୋଦନ ପାଇଁ ଆବେଦନ କରାଯାଇଥିଲା। ଏଥିରୁ କେବଳ ବରଗଡ଼ଠାରେ ପ୍ରସ୍ତାବିତ ହସ୍ପିଟାଲକୁ ଏଇଆର୍ବି ଅନୁମୋଦନ କରିଥିବା ବିଧାୟକ ଦେବେଶ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ଏହାପରେ ରାଜ୍ୟ ସରକାରଙ୍କ ସ୍ତରରେ ବରଗଡ଼ଠାରେ ହସ୍ପିଟାଲ ସ୍ଥାପନ ପାଇଁ ଆବଶ୍ୟକୀୟ ନିଯୁକ୍ତି ଏବଂ ଭିତ୍ତିଭୂମି ଉପଲବ୍ଧ କରାଇବା ବାଟ ଫିଟିଛି। କେଇ ମାସ ତଳେ ରାଜ୍ୟ ସରକାର ବରଗଡ଼ କ୍ୟାନସର ହସ୍ପିଟାଲ ପାଇଁ ବଜେଟ୍ ମଂଜୁର କରିଥିଲେ। ଏହା ପୂର୍ବରୁ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ହସ୍ପିଟାଲ ପାଇଁ ସ୍ଥାନ ନିରୂପଣ ମଧ୍ୟ ଚୂଡ଼ାନ୍ତ ହୋଇ ସାରିଛି। ହସ୍ପିଟାଲର ଆବଶ୍ୟକୀୟ କୋଠା ନେଇ ମଧ୍ୟ ଚୂଡ଼ାନ୍ତ ହୋଇଛି। ଶୀଘ୍ର ହସ୍ପିଟାଲର ପ୍ରାରମ୍ଭିକ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
The post ବରଗଡ଼ କର୍କଟ ହସ୍ପିଟାଲକୁ ଏଇଆର୍ବି ମଂଜୁରି first appeared on Sambad.from ଜିଲ୍ଲା | Sambad https://ift.tt/3pq83Yf
0 Comments