ସଇନ୍ତଳା : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଲାଫେର ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ ୫ଟି ବାଇକ୍‌ ଜାଳିଦେଇଥିବା ଅଭିଯୋଗ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଲାଫେର ଗ୍ରାମର ବଳଦେବ ମାଝୀଙ୍କ ଘରେ ଥିବା ୫ଟି ବାଇକ୍‌କୁ କେହି ଦୁର୍ବୃତ ପେଟ୍ରୋଲ ଢାଳି ପୋଡ଼ିଦେଇଛି। ଏ ସମ୍ପର୍କରେ ଅଭିଯୋଗ ପାଇ ବୁଧବାର ଥାନାଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ବଲାଙ୍ଗୀରରୁୁ ସାଇଣ୍ଟିଫିକ ଟିମ୍‌ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ କିଛିମାସ ପୂର୍ବେ ଉକ୍ତ ଗ୍ରାମର ଚବ୍ଦେ ମହାକୁଡ଼ଙ୍କର ଟ୍ରାକ୍ଟର ଏବଂ ବଲେରୋ ଗାଡ଼ିକୁ ଗ୍ରାମର ରୁଜୁଲ ମହାକୁଡ଼ ପୋଡ଼ିଦେଇଥିବା ଅଭିଯୋଗରେ କୋର୍ଟ ଚାଲାଣ ହୋଇଥିଲା।

The post ୫ ବାଇକ୍‌ ଜାଳିଦେଲେ ଦୁର୍ବୃତ first appeared on Sambad.

from ଜିଲ୍ଲା | Sambad https://ift.tt/3xaCxAd