
ବୀରମହାରାଜପୁର : ବୀରମହାରାଜପୁର ସହରରେ ବୁଧବାର ଦିନ ସାବିତ୍ରୀ ବ୍ରତ ପାଳନ ଅବ୍ୟବହିତ ପୂର୍ବରୁ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। ଲୋକେ ସାମାଜିକ ଦୂରତାକୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ। ଫଳରେ ପୁଲିସ ଅମାନିଆଙ୍କଠାରୁ ଜରିମାନା ଆଦାୟ କରିଥିଲା। କିଛି ଅମାନିଆଙ୍କୁ ଥାନାରେ ଅଟକ ରଖି ପରେ ଜରିମାନା ଆଦାୟ କରି ଛାଡ଼ିଥିବା ଜଣାଯାଇଛି। ଥାନା ଅଧିକାରୀ ଅଞ୍ଜଳି କୁମ୍ଭାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏସ୍ଆଇ ସୁଦର୍ଶନ ଦେହୁରୀ ଓ ଅନ୍ୟାନ୍ୟ ପୁଲିସ କର୍ମଚାରୀ ଏହି ଚଢ଼ଉରେ ସାମିଲ ଥିଲେ।
The post ସାବିତ୍ରୀ ବଜାରରେ ଭିଡ଼, ଅମାନିଆଙ୍କୁ ଜରିମାନା କଲା ପୁଲିସ first appeared on Sambad.from ଜିଲ୍ଲା | Sambad https://ift.tt/3zqkb06
0 Comments