
ସମ୍ବଲପୁର : ସମ୍ବଲପୁରର ଯୁବ ଲେଖକ ସନ୍ତୋଷ କୁମାର ସାମଲଙ୍କ ବ୍ଲଗ ଖୁବ କମ ସମୟ ମଧ୍ୟରେ ବିଭିନ୍ନ ବର୍ଗର ପାଠକଙ୍କ ଦ୍ବାରା ଆଦ୍ରୁତ ହୋଇପାରିଛି। ତାଙ୍କର କିଛି ଲେଖା ପ୍ରଥମେ ସାମାଜିକ ଗଣମାଧ୍ୟମରେ ଲୋକପ୍ରିୟତା ହାସଲ କରିବା ପରେ ସେ ବ୍ଲଗ୍ ଲେଖିବାକୁ ସ୍ଥିର କରିଥିଲେ। ‘ଅର୍ଥର ମହତ୍ବ କଣ’ ଉପରେ ତାଙ୍କର ଲେଖାଟି ବହୁ ଲୋକଙ୍କୁ ଆକୃଷ୍ଟ କରିଥିଲା। କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ଲୋକ ତାଙ୍କ ବ୍ଲଗ୍ ପଢ଼ିଥିଲେ। ସମାଜରେ ଘଟୁଥିବା ସତ୍ୟତା ତାଙ୍କ ଜୀବନରେ ଘଟିଥିବା ଅନୁଭବକୁ ସେ ବ୍ଲଗ ମାଧ୍ୟମରେ ପରିପ୍ରକାଶ କରୁଛନ୍ତି ଯାହା ପାଠକଙ୍କୁ ଆକୃଷ୍ଟ କରି ପାରିଥିଲା। ତାଙ୍କ ଲେଖା ଗୁଡ଼ିକ ହିନ୍ଦୀ ଭାଷାରେ ହୋଇଥିବାରୁ ବିଭିନ୍ନ ରାଜ୍ୟର ଲୋକେ ତାକୁ ସହଜରେ ପଢ଼ି ପାରୁଛନ୍ତି।
https:/antoshkumarsamal.blogspot.comରେ ତାଙ୍କ ବ୍ଲଗ ଉପଲବ୍ଧ ହେଉଛି। ବର୍ତ୍ତମାନର ଯୁବପିଢ଼ି ଏହି ବିଷୟ ଗୁଡ଼ିକୁ ପଢ଼ି କିପରି କାର୍ଯ୍ୟରେ ଲଗାଇ ପାରିବେ ସେଥି ପାଇଁ ସନ୍ତୋଷ ପ୍ରୟାସରତ ଅଛନ୍ତି। ସାକ୍ଷୀପଡ଼ା ନିବାସୀ ୨୩ ବର୍ଷୀୟ ସନ୍ତୋଷ ମଧ୍ୟ ଜଣେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା। ସାମାଜିକ ଉତ୍ତରଦାୟିତ୍ବ ଉପରେ ନିର୍ମିତ ତାଙ୍କର ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ଆୱାର୍ ରେସ୍ପନ୍ସିବିଲିଟି’ ମୁମ୍ବାଇ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା। ସେ ମଧ୍ୟ ହିନ୍ଦୀ ଓ ଓଡ଼ିଆରେ ବହୁ ଗପ ଲେଖିଛନ୍ତି। ବ୍ଲଗ୍ ଲେଖିବା ସହ ଫିଲ୍ମ ନିର୍ମାଣରେ ପେସାଦାର କ୍ୟାରିୟର୍ କରିବାକୁ ସନ୍ତୋଷ ଆଶା ରଖିଛନ୍ତି।
The post ସବୁ ବର୍ଗଙ୍କୁ ଆକର୍ଷିତ କରୁଛି ସନ୍ତୋଷଙ୍କ ବ୍ଲଗ୍ first appeared on Sambad.from ଜିଲ୍ଲା | Sambad https://ift.tt/3uQ3BmP
0 Comments