
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ୧୮ରୁ ୪୪ ବର୍ଷ ବର୍ଗଙ୍କ କୋଭିଡ ଟିକାକରଣ ସୋମବାର ଆରମ୍ଭ ହୋଇଛି। ଜିଲ୍ଲାର ଗୋଟିଏ ମାତ୍ର ଟିକାଦାନ କେନ୍ଦ୍ର ବୌଦ୍ଧ ଟାଉନ ହଲ୍ରେ କରାଯାଇଛି। ଟିକାଦାନକୁ ବ୍ୟବସ୍ଥିତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଞ୍ଜୀକରଣ ଯାଞ୍ଚ କକ୍ଷ, ପ୍ରତୀକ୍ଷା କକ୍ଷ, ଟିକାକରଣ କକ୍ଷ, କାର୍ଯ୍ୟବେକ୍ଷଣ କକ୍ଷ ପ୍ରସ୍ତୁତ କରାଯାଇଛି। ଟିକାକରଣର ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମଧ୍ୟ ଟିକାଦାନ କେନ୍ଦ୍ର ପରିଦର୍ଶନ କରିଥିଲେ। ସୋମବାର ୬ଶହ ଜଣଙ୍କୁ ଟିକାକରଣ ଧାର୍ଯ୍ୟ ଥିବା ବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ ୫୬୪ ଜଣଙ୍କୁ ଟିକାଦାନ କରାଯାଇଥିଲା।
କେନ୍ଦ୍ରରେ ଜିଲ୍ଲା ଟିକାକରଣ ଅଧିକାରୀ ଡା. ଭଞ୍ଜ କିଶୋର ରାମଚନ୍ଦ୍ର ଦେଓ ହେମ୍ରମ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ, ଡିପିଏମ ରୂପକ ମହାପାତ୍ର, ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର, ଡାଟା ମ୍ୟାନେଜର ଅଶୋକ ମିଶ୍ର, ଦୋଳ ଗୋବିନ୍ଦ ପ୍ରଧାନ, ଅମ୍ରିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମଙ୍ଗଳବାର ଓ ବୁଧବାର ୭ଶହ ଲେଖାଏଁ ବ୍ୟକ୍ତିଙ୍କୁ ଟିକାକରଣ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
The post ବୌଦ୍ଧ ଜିଲ୍ଲାରେ ୧୮ରୁ ୪୪ ବର୍ଷ ବର୍ଗଙ୍କ କୋଭିଡ ଟିକାକରଣ: ପ୍ରଥମ ଦିନ ଟିକା ନେଲେ ୫୬୪ first appeared on Sambad.from ଜିଲ୍ଲା | Sambad https://ift.tt/3w32elY
0 Comments