
ଘଣ୍ଟାପଡ଼ା : କଣ୍ଟାମାଳ ଥାନା ବରଗାଁ ପଞ୍ଚାୟତ ମାତାକୁପା ଘାଟି ରାସ୍ତା ପୁଣି ଅଶାନ୍ତ ହୋଇପଡ଼ିଛି। ୬ ତାରିଖ ଦିନ ୧୨ଟାରେ ୨ ଜଣ ଦୁର୍ବୃତ୍ତ କାତି ଦେଖାଇ ବାଇକ୍ ଲୁଟ୍ କରିଥିବା କଣ୍ଟାମାଳ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗକାରୀ ଅନ୍ତ ବଗର୍ତ୍ତୀଙ୍କ କହିବା ଅନୁସାରେ ସେ, ତାଙ୍କ ପୁତୁରା ପ୍ରଦୀପ ବଗର୍ତ୍ତୀ ଏବଂ ଶାଶୁ ସର୍ଜୀନି ବାଘ ଏକ ବାଇକ୍ (ଓଡି ୨୭ବି ୧୪୯୭) ରେ ଘର ବରଗାଁ ପଞ୍ଚାୟତ ଉତୁର୍ଲାକୁ ଫେରୁଥିଲେ। ମାତାକୁପା ଘାଟି ନିକଟରେ ମଧ୍ୟାନ୍ନ ସମୟରେ ୨ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଥିଲେ। କାତି ଦେଖାଇ ମାରିଦେବାର ଭୟ ଦେଖାଇ ପରେ ବାଇକ୍ ଲୁଟି ନେଇଥିଲେ। ଉଭୟ ଅଭିଯୁକ୍ତ କଣ୍ଟାମାଳ ଅଞ୍ଚଳ ହୋଇଥିବା ସେ କହିଛନ୍ତି। ଅପରପକ୍ଷରେ କଣ୍ଟାମାଳ ଥାନାରେ ବିଗତ ଦିନ ମାନଙ୍କରେ ହୋଇଥିବା ଲୁଟପାଟ, ରାହାଜାନି, ହତ୍ୟା,କିମ୍ବା ଡକାୟତି ରେ କଣ୍ଟାମାଳ ପୁଲିସ କୌଣସି ସଫଳତା ପାଇ ନଥିବା କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
The post ଘାଟି ରାସ୍ତା ଅସୁରକ୍ଷିତ, ବେକରେ କାତି ଲଗାଇ ଲୁଟିନେଲେ ବାଇକ୍ first appeared on Sambad.from ଜିଲ୍ଲା | Sambad https://ift.tt/3uYEYo4
0 Comments