
ପାଟଣାଗଡ଼ : ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ପାଟଣାଗଡ଼ ଉପଖଣ୍ଡ ଧୁମାଭଟାବାସୀ ସୋମବାର ପଞ୍ଚାୟତ ଅଫିସ ଘେରାଉ କରିଥିଲେ। ସମାଜସେବୀ ବନମାଳୀ ନାଏକଙ୍କ ନେତୃତ୍ବରେ କିଛି ଏସ୍ଏଚ୍ଜି ସଦସ୍ୟା, ଧୁମାଭଟା ପଞ୍ଚାୟତବାସୀ ଶୋଭାଯାତ୍ରାରେ ଆସି ପଞ୍ଚାୟତ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଦାବିଗୁଡ଼ିକ ମଧ୍ୟରେ ରଣାପଡ଼ାର ଡ୍ରେନେଜ୍ ସମସ୍ୟାର ସମାଧାନ, ସୌର ମଟରପମ୍ପର ପୁନରୁଦ୍ଧାର, ଅଚଳ ନଳକୂପଗୁଡ଼ିକର ତୁରନ୍ତ ମରାମତି ଆଦି ରହିଛି। ପରେ ଏକ ଦାବିପତ୍ର ସରପଞ୍ଚଙ୍କୁ ଦେଇଥିଲେ।
ଏହି ଆନ୍ଦୋଳନରେ ଅଞ୍ଜନା ଦେଓ, କିଆଫୁଲ ଦେଓ, ଲିପ୍ସାମୟୀ ନାଏକ, ଜାନକୀ ନାଏକ, ପ୍ରଭାତୀ ଭୋଇ, ସଂଯୁକ୍ତା ପଟ୍ଟନାୟକ, ଜୟନ୍ତ ବୁଡ଼େକ, କମଲଲୋଚନ ନାଏକ, ଡିଙ୍ଗର ବୁଡ଼େକ, ଅହମ୍ମଦ ଖାନ୍, ସଂଜୀବ ବୁଡ଼େକ, ଗୋବିନ୍ଦ ବୁଡ଼େକ, ପ୍ରକାଶ ପୁରୋହିତ, ଜୟଦେବ ବୁଡ଼େକ, ସଞ୍ଜୀବ ଦେଓ, ଟିଙ୍ଗାଲୁ ବୁଡେକ ପ୍ରମୁଖ ସାମିଲଥିଲେ।
The post ବିଭିନ୍ନ ସମସ୍ୟା ନେଇ ପଞ୍ଚାୟତ ଅଫିସ ଘେରିଲେ ଧୁମାଭଟାବାସୀ first appeared on Sambad.from ଜିଲ୍ଲା | Sambad https://ift.tt/35azL25
0 Comments