
ବ୍ୟାସନଗର: ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରର ଚୂନଭାଟି ପ୍ଲଟ୍ ନିକଟରୁ ଆଜି ଜଣେ ଅଜଣା ଯୁବକଙ୍କ ମୃତଦେହ ରେଳଧାରଣାରୁ ଉଦ୍ଧାର କରାଯାଇଛି। ରେଳବାଇ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇ ୨୮/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଆଜି ଅପରାହ୍ଣରେ ଅପ ଲାଇନ୍ରେ ଏହି ମୃତଦେହକୁ ଦେଖି ଲୋକମାନେ ରେଳବାଇ ପୁଲିସକୁ ଖବର ଦେଇଥିଲେ। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ମୃତଯୁବକଙ୍କ ପରିଚୟ ମିଳିପାରିନାହିଁ।
The post ଟ୍ରେନ୍ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/35QrdgU
0 Comments