ବାରିପଦା: ଜୁନ ୨୪ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୩,୬୫୦ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୪୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଜିଲ୍ଲାରେ ସଂକ୍ରମିତ ମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୩୪,୪୨୪ରେ ପହଁଞ୍ଚିଛି। ସେହିପରି ଜୁନ ୨୩ ପର୍ଯ୍ୟନ୍ତ ଜିଲ୍ଲାରୁ ୯୫.୫୬ ପ୍ରତିଶତରୁ ଅଧିକ ହାରରେ ୩୨,୮୨୭ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଜୁନ ୨୪ ଅପରାହ୍ନ ସୁଦ୍ଧା ୪.୫୭ ପ୍ରତିଶତ ହାରରେ ୧,୪୭୦ ଜଣ ସକ୍ରିୟ ଥାଇ ବାଙ୍କିଶୋଳ କୋଭିଡ଼ ହସପିଟାଲ, ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼, କୋଭିଡ଼ କେୟାର ସେଣ୍ଟର ଓ କଟକ-ଭୂବନେଶ୍ୱର ଆଦିରେ ଚିକିତ୍ସା ହେଉଛନ୍ତି। ଏହି ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲାରେ ୦.୩୬ ପ୍ରତିଶତ ହାରରେ ୧୨୪ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅନ୍ୟ କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବାର ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି।

The post ମୟୂରଭଞ୍ଜରୁ ୧୪୫ ନୂଆ କରୋନା ପଜିଟିଭ ଚିହ୍ନଟ; ସଂକ୍ରମିତଙ୍କ ସଂଖ୍ୟା ୩୪, ୪୨୪କୁ ବୃଦ୍ଧି first appeared on Sambad.

from ଜିଲ୍ଲା | Sambad https://ift.tt/35PMVBM