
ବଲାଙ୍ଗୀର: ତୁଷୁରା ଡାକ୍ତରଖାନାରେ ନାନା ସମସ୍ୟା ଲାଗି ରହିଛି। ଡାକ୍ତର ନାହାନ୍ତି। ରୋଗୀଙ୍କୁ ଠିକ୍ ସେବା ମିଳିପାରୁନି। ଏ ନେଇ ବହୁବାର ଦାବି ଉପସ୍ଥାପନ କଲେ ବି ଜିଲ୍ଲା ପ୍ରଶାସନ କର୍ଣ୍ଣପାତ କରୁ ନାହିଁ। ଯାହାକୁ ନେଇ ଏବେ ତୁଷୁରାରେ ଆନ୍ଦୋଳନମୁହାଁ ହୋଇଛନ୍ତି ସ୍ଥାନୀୟ ଜନସାଧାରଣ। ତୁଷୁରା ୟୁଥ୍ ଏକ୍ସନ୍ କମିଟି ବିଭିନ୍ନ ଫୋରମ୍ରେ ଦାବି କରିବା ପରେ ସୁଫଳ ନମିଳିବାରୁ ୧୪ ତାରିଖ ତୁଷୁରାରୁ ବଲାଙ୍ଗୀର ଯାଏ ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି। ଆଜି ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଯାଇ ସଂଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଡାକ୍ତର ପଦବି ପୂରଣ ସହ ତୁଷୁରା ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବି କରିଥିଲେ। ଉପଜିଲ୍ଲାପାଳ କୌଣସି ନିର୍ଭର ପ୍ରତିଶ୍ରୁତି ଦେଇନଥିବାରୁ ପଦଯାତ୍ରା କାର୍ଯ୍ୟକ୍ରମ କରାଯିବ ବୋଲି କୁହାଯାଇଛି।
The post ତୁଷୁରା ଡାକ୍ତରଖାନା ସମସ୍ୟା ନେଇ ତେଜିଲା ଆନ୍ଦୋଳନ first appeared on Sambad.from ଜିଲ୍ଲା | Sambad https://ift.tt/3cGK1mN
0 Comments