ଖଡ଼ିଆଳ: ଆବାସ ଯୋଜନାରୁ ଘରଟିଏ ମିଳୁ ନାହିଁ। ଫଳରେ ସ୍ବଚ୍ଛ ଭାରତ ଯୋଜନାରେ ମିଳିଥିବା ପାଇଖାନା ଘରେ ୪ବର୍ଷ ହେଲା ମୁଣ୍ଡ ଗୁଞ୍ଜିଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ରାଣୀମୁଣ୍ଡା ଗ‌ାଁର ସାବିତ୍ରୀ ହାତୀ (୪୫ବର୍ଷ)। ପ୍ରକାଶ ଯେ ସାବିତ୍ରୀ ଅବିବାହିତା ଓ ଭିନ୍ନକ୍ଷମ ମହିଳା। ୨୦୧୭ ମସିହାରେ ତାଙ୍କୁ ସ୍ୱଚ୍ଛ ଭାରତ ମିସନରେ ପାଇଖାନାଟିଏ ମିଳିଥିଲା। ତାହା କାର୍ଯ୍ୟକ୍ଷମ ହୋଇ ନଥିଲା। ୪ ବର୍ଷ ହେଲା ତାଙ୍କ ରହିବାର କୌଣସି ବ୍ୟବସ୍ଥା ନାହିଁ। ଫଳରେ ପାଇଖାନା ଘରେ ହିଁ ରହୁଛନ୍ତି। କଷ୍ଟେ ମଷ୍ଟେ ସେଠାରେ ଶୋଉଛନ୍ତି। ହେଲେ ରାନ୍ଧିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଦାୟିତ୍ୱରେ ଥିବା ନୋଡାଲ ଅଫିସରଙ୍କୁ ପଚାରିବାରୁ ସାବିତ୍ରୀଙ୍କ ନାମ ଆବାସ ଯୋଜନା ତାଲିକାରେ ନାହିଁ, ନାମ ତାଲିକାରେ ପଞ୍ଜୀକରଣ କରି ଆବାସ ଗୃହ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।

The post ମିଳୁନି ଆବାସ ଯୋଜନା ଘର, ୪ ବର୍ଷ ହେଲା ପାଇଖାନାରେ ବିତୁଛି ଦିନ first appeared on Sambad.

from ଜିଲ୍ଲା | Sambad https://ift.tt/3zoEhI8