
ତୁଷୁରା: ଦେଓଗାଁରେ ତୁଷୁରା ତହସିଲଦାରଙ୍କୁ ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ ଦାବିରେ ତୁଷୁରା ତହସିଲ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। କର୍ମଚାରୀମାନେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଯେଉଁ ପର୍ଯ୍ୟନ୍ତ ଉକ୍ତ ଯୁବକକୁ ଗିରଫ କରାନଯାଇଛି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି ।
ସୂଚନା ମୁତାବକ ଗତ ଦୁଇ ଦିନ ତଳେ ଦେଓଗାଁ ପ୍ୟାକ୍ସରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ଚାଷୀମାନେ ରାସ୍ତାରୋକ କରିଥିଲେ। ଖବର ପାଇ ଦେଓଗାଁ ତହସିଲ ଦାୟିତ୍ୱରେ ଥିବା ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗ ଉକ୍ତ ସ୍ଥାନକୁ ଯାଇ ବୁଝାସୁଝା କରିଥିଲେ | କିନ୍ତୁ ସେହି ସମୟରେ ହଠାତ ଜଣେ ଯୁବକ ତହସିଲଦାରଙ୍କୁ ମାଡ ମାରିଥିଲେ |
ଏହା ପରେ ତହସିଲଦାର ଦେଓଗାଁ ଥାନାରେ ଉକ୍ତ ଯୁବକ ମାଡ୍ ମାରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଦୁଇ ଦିନ ହୋଇଥିଲେ ସୁଦ୍ଧା ଉକ୍ତ ଯୁବକକୁ ଗିରଫ କରିପାରିନାହିଁ। ଜଣେ ମାଜିଷ୍ଟ୍ରେଟଙ୍କୁ ପୁଲିସ ସୁରକ୍ଷା ଦେଇ ନ ପାରି ବିଫଳ ହୋଇଥିବାବେଳେ ସାଧାରଣଙ୍କ ଅବସ୍ଥା କଣ ଥିବ ତାହା ସ୍ପଷ୍ଟ ଅନୁମେୟ ବୋଲି ସାଧାରଣରେ ଆଲୋଚନା ହେଉଛି।
The post ତୁଷୁରା ତହସିଲଦାରଙ୍କୁ ଆକ୍ରମଣ ଘଟଣା, ଗିରଫ ଦାବିରେ ତୁଷୁରା ତହସିଲ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ first appeared on Sambad.from ଜିଲ୍ଲା | Sambad https://ift.tt/3pxkqlq
0 Comments