
କଂଟାବାଞ୍ଜି : କରୋନା ଲକ୍ଡାଉନ୍ କଟକଣା ମାନୁ ନଥିବା ଅଭିଯୋଗରେ କଣ୍ଟାବାଞ୍ଜିର ୪ଟି କିରାନା ଦୋକାନ ସିଲ୍ କରାଯାଇଛି। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ମି ଜୟଶ୍ରୀ ରେଡ୍ଡି ସୋମବାର ସହରରେ ବୁଲୁଥିବା ସମୟରେ କଂଟାବାଞ୍ଜି-ବଙ୍ଗୋମୁଣ୍ଡା ଫାଟକ ନିକଟରେ ଥିବା ବିଷ୍ଣୁ କିରାନା, ରାମଭଗତ ଦୋକାନ, ବିଜୟ ଜୈନ ଦୋକାନ ଦୋକାନରେ ଭିଡ଼ ଥିବା ଦେଖିଥିଲେ। କୋଭିଡ୍ ନିୟମ ଉଲ୍ଲଂଘନ କରୁଥିବାରୁ ଉକ୍ତ ଦୋକାନଗୁଡ଼ିକୁ ସିଲ କରିଥିଲେ। ଏହି ଦୋକାନଗୁଡ଼ିକ ଠାରୁ ଫାଇନ ମଧ୍ୟ ଆଦାୟ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି। ଏହି ଦୋକାନ ସିଲ୍ ସମୟରେ ଏନଏସି ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇ, ସୁଶାନ୍ତ ମହାପାତ୍ର, ଅନନ୍ତ ଛୁରାଙ୍କ ସହ କର୍ମଚାରୀମାନେ ଉପସ୍ଥିତ ଥିଲେ।
The post କଂଟାବାଞ୍ଜିରେ ସିଲ୍ ହେଲା ୪ କିରାନା ଦୋକାନ first appeared on Sambad.from ଜିଲ୍ଲା | Sambad https://ift.tt/3w0UaST
0 Comments