
ଭବାନୀପାଟଣା : ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ବହୁ ଚର୍ଚ୍ଚିତ ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ ମାଝୀ କୃତକାର୍ଯ୍ୟ ହୋଇଛନ୍ତି। ସେ ଓ ତାଙ୍କର ଅନ୍ୟ ୨ ସାନ ଭଉଣୀ କିସ୍ରେ ରହି ପାଠ ପଢୁଛନ୍ତି। ୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ୍ ମେଲଘରା ଗାଁର ଦାନ ନିଜ ପତ୍ନୀଙ୍କ ଶବକୁ ଦୀର୍ଘ ୧୨ କିମି କାନ୍ଧରେ ବୋହି ଚାଲି ଚାଲି ଆସିବା ଘଟଣା ସାରା ଦେଶରେ ଚର୍ଚ୍ଚା ହୋଇଥିଲା।

ସେତେବେଳେ ବାପା ଦାନ ମାଝୀଙ୍କ ସହିତ ଚାନ୍ଦିନୀ ମଧ୍ୟ ଅତ୍ୟନ୍ତ ଅସହାୟ ପରିସ୍ଥିତିରେ ଚାଲି ଚାଲି ଆସୁଥିବାର ଦୃଶ୍ୟ ଉଦ୍ବେଳିତ କରିଥିଲା। ସେତେବେଳେ ଏହି ଘଟଣା କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିବା ପରେ ସେ ଦାନଙ୍କ ୩ ଝିଅଙ୍କୁ କିସ୍ରେ ରଖି ପାଠ ପଢ଼ାଇବାର ବନ୍ଦୋବସ୍ତ କରିଥିଲେ। ଦାନଙ୍କ ଝିଅ ମାଟ୍ରିକ୍ ପାସ୍ କରିବା ପରେ କଳାହାଣ୍ଡି ଜିଲ୍ଲାର ଆଦିବାସୀ ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।
The post କିସ୍ରୁ ମାଟ୍ରିକ୍ ପାସ୍ କଲେ ଦାନ ମାଝୀଙ୍କ ଝିଅ first appeared on Sambad.from ଜିଲ୍ଲା | Sambad https://ift.tt/3zX49ed
0 Comments