ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନାରେ ଆଜି ଜଣେ ଚୋରା ମଦ ବେପାରୀ ଗିରଫ ହୋଇଛି। ସେ ହେଲେ ନରଦା ମଲ୍ଲିକ ସାହିର ବସନ୍ତ କୁମାର ମଲ୍ଲିକ। ତାଙ୍କ ଠାରୁ ୬୦ ବୋତଲ ହୁଇସ୍କ ଜବତ କରି ମାମଲା ରୁଜୁ କରିଛି।
ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ ବାଲିପାଟଣା ପୁଲିସ ଆଜି ଅପରାହ୍ନରେ ବସନ୍ତ ମାଳ ବଜାରରେ ଜଗି ରହିଥିଲା। ନିମାପଡା ରୁ ନରଦା ଅଭିମୁଖେ ଆସୁଥିବା ନାଲି ରଙ୍ଗର ସ୍କୁଟି ନଂ ଓଡି ୦୨ ଏଟି ୩୦୮୪ ନମ୍ବର କୁ ଅଟକାଇ ଥିଲା। ସେଥିରେ ରେ ୬୦ ବୋତଲ ବିଦେଶୀ ମଦ ଯାହା କି ୧୧ ଲିଟର ବୋଝେଇ ହୋଇଥିଲା। ମଦ ଏବଂ ସ୍କୁଟି ସହ କାରବାର ଲିପ୍ତ ବ୍ୟକ୍ତିକୁ ଗିରଫ କରାଯାଇଥିବା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ସୂଚନା ଦେଇଛନ୍ତି। ଅପର ପକ୍ଷରେ ତାଲା ବନ୍ଦରେ ବିଭିନ୍ନ ଚୋରା ନିଶା କାରବାର ଅଞ୍ଚଳରେ ଅହେତୁକ ଭାବେ ବୃଦ୍ଧି ପାଇଛି। ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

The post ବାଲିପାଟଣା ପୁଲିସ କବଜାରେ ଚୋରା ମଦ ବେପାରୀ first appeared on Sambad.

from ଜିଲ୍ଲା | Sambad https://ift.tt/3h89RBw