
ବାରିପଦା: ଓଡ଼ିଶା ଆଶାକର୍ମୀ ଆସୋସିଏସନ(ସିଆଇଟିୟୁ) ପକ୍ଷରୁ ଆଶାକର୍ମୀମାନଙ୍କୁ ମାସିକ ସର୍ବନିମ୍ନ ୨୧ ହଜାର ଟଙ୍କା ଦରମା ପ୍ରଦାନ କରାଯିବା ସହ ସ୍ଥାୟୀ କର୍ମଚାରୀର ମାନ୍ୟତା ପ୍ରଦାନ, ସାମାଜିକ ସୁରକ୍ଷା ସହ ଇଏସଆଇ ଓ ଇପିଏଯ ଅର୍ନ୍ତଭୁକ୍ତ କରାଯିବା, ମାସିକ ୧୦ ହଜାର ଟଙ୍କା କରୋନା ସହାୟତା ପ୍ରଦାନ କରାଯିବା, କରୋନାରେ ଆକ୍ରାନ୍ତ ଆଶାକର୍ମୀଙ୍କ ପରିବାରକୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ସହ ୫୦ ହଜାର ଟଙ୍କାର ବୀମାଭୂକ୍ତ କରାଯିବା, ଶ୍ରମ ବିରୋଧୀ ଶ୍ରମ କୋର୍ଟକୁ ବାତିଲ କରାଯିବା, ୪୫ ଓ ୪୬ତମ କେନ୍ଦ୍ରୀୟ ଶ୍ରମ ସମ୍ମିଳନୀର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବା, ଦେଶର ଜିଡ଼ିପିର ୬ ପ୍ରତିଶତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ କରାଯିବା ଆଦି ୧୧ ଦଫା ଦାବୀକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସିଥିଲେ।
ଏହିଅବସରରେ ଆସୋସିଏସନର ଉପସଭାପତି ଅକ୍ଷୟ ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଆଇଟିୟୁର ଜିଲ୍ଲା ସଭାପତି ରବି ଗୋସ୍ୱାମୀ, ସମ୍ପାଦକ ଅମଲ ଦେ, ଆଶାକର୍ମୀ ଆସୋସିଏସନର ଜିଲ୍ଲା ସମ୍ପାଦିକା ରେବତୀ ପରିଡ଼ା, ଉର୍ମୀଳା ଦାସ, ଅଶୋକ ବେହେରା, ସୁକେସିନୀ ବାରିକ, ବାସନ୍ତୀ ନାଏକ ପ୍ରମୁଖ ବକ୍ତାମାନେ ଯୋଗ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଯମୁନା ସିଂହ, କଳ୍ପନା ଦତ୍ତ, ବିଷ୍ଣୁପ୍ରିୟା ନାଏକ, ଲକ୍ଷ୍ମୀ କର, କମଳା ସିଂହ, ତାରାମଣି ପାଓରା, ରେବତୀ ଧଡ଼ା, ପୁଷ୍ପଲତା ବେହେରା, ମହେଶ୍ୱର ବେହେରା ପ୍ରମୁଖ ସଦସ୍ୟ, ସଦସ୍ୟାମାନେ ଉପସ୍ଥିତ ରହିଥିଲେ। ଶେଷରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଆଶା କର୍ମୀମାନଙ୍କର ୧୧ ଦଫା ଦାବୀ ପତ୍ରକୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଥିଲା।
The post ସିଆଇଟିୟୁ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ first appeared on Sambad.from ଜିଲ୍ଲା | Sambad https://ift.tt/3xQzHkf
0 Comments