
ଛେଣ୍ଡିପଦା– ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାଟକମୁଣ୍ଡା ପଞ୍ଚାୟତ ବାଘୁଆବୋଲ ଗ୍ରାମ ନିକଟରୁ ପୁଲିସ ଏକ ଗଞ୍ଜେଇ ବୋଝେଇ କାର ଜବତ କରି କାର ଚାଳକକୁ ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ରାତି ୧୦ ଟାରେ ଜିଲ୍ଲା ବାହାରୁ ଗଞ୍ଜେଇ ବୋଝେଇ ଓଡ଼ି-୦୨-ବିଏଫ-୩୪୯୦ ନମ୍ବର ଟିଆଗୋ କାର ବାଘୁଆବୋଲ ଗ୍ରାମ ଆଡକୁ ଆସୁଥିଲା। ଖବରପାଇ ଡ଼ିଏସପି ସୁଶାନ୍ତ କୁମାର ସିଂଙ୍କ ନେତୃତ୍ୱରେ ଏକ ଟିମ କାରକୁ ଜବତ କରିଥିଲେ। ପୁଲିସ କାର ଭିତରୁ ସାଢ଼େ ୩ କେଜି ଗଞ୍ଜେଇ ଜବତ କରି ଆଜି ବାଘୁଆବୋଲ ଗ୍ରାମର ଚାଳକ ଜିତେନ୍ଦ୍ର କୁମାର ସାହୁ(୨୯)କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ ଦିନ ଥିଲା ଅଂଚଳରେ ଗଞ୍ଜେଇ ଚାଷ ବୃଦ୍ଧି ପାଇଥିଲା। ଅଞ୍ଚଳରୁ ରାଜ୍ୟ ବାହାରକୁ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିଲା। ପୁଲିସ ଓ ପ୍ରଶାସନ ପକ୍ଷରୁ ଗଞ୍ଜେଇ ଚାଷ ଉପରେ ମିଳିତ ଚଢ଼ାଉ ପରେ ପରିସ୍ଥିତି ବଦଳିଯାଇଛି। ଏବେ କୋରାପୁଟ, ଫୁଲବାଣୀ ଓ କନ୍ଧମାଳ ଅଞ୍ଚଳରୁ ଗଞ୍ଜେଇ କାରବାର ବୃଦ୍ଧି ପାଇଛି। ଏହି କାରବାରରେ ବହୁ ବ୍ୟବସାୟୀ ସମ୍ପୃକ୍ତ ଅଛନ୍ତି। ଯାହାକି ପୁଲିସ ପାଇଁ ମୁଣ୍ଡବ୍ୟଥା ଆରମ୍ଭ ହୋଇଛି।
The post ଗଞ୍ଜେଇ ସହ କାର ଜବତ, ଚାଳକ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3gMpFuC
0 Comments