
ଜୟପୁର: ଓଡିଶା ଫାର୍ମାସିଷ୍ଟ ସର୍ଭିସ ଆସୋସିଏସନ୍ର ଆହ୍ବାନ କ୍ରମେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନେ କଳାବ୍ୟାଜ ପିନ୍ଧି ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନ କରିଛନ୍ତି। କୋଭିଡ୍ରେ ଆକ୍ରାନ୍ତ ହୋଇ ରାଜ୍ୟରେ ବହୁ ଫାର୍ମାସିଷ୍ଟ ମୃତ୍ୟୁବରଣ କରିଥିଲେ ସୁଧା ଦାବି ପୂରଣ ହୋଇପାରୁ ନାହିଁ। କ୍ୟାଡର ପୁର୍ନଗଠନ, ପଦୋନ୍ନତି, ଆରଏଏସ୍ପି ପ୍ରଦାନ, ଜାତୀୟ ସ୍ବାସ୍ଥ୍ୟ ମିଶନରେ ଫାର୍ମାସିଷ୍ଟ ମାନଙ୍କୁ ସ୍ଥାୟୀ ନିଯୁ୍କ୍ତି, ଅଧିକ କାର୍ଯ୍ୟଚାପ ପ୍ରଦାନ କରାଯାଉଥିଲେ ସୁଧା ସମସ୍ତ ସରକାରୀ ସୁବିଧା ପ୍ରଦାନ କରାଯାଉନାହିଁ ଓ କୋଭିଡ୍ ଯୋଦ୍ଧା ଭବେ ଘୋଷଣା କରିବାକୁ ଦାବି କରିଛନ୍ତି।
ଏଥିସହ ଆବଶ୍ୟକ କର୍ମଚାରୀ ନିଯୁକ୍ତି, ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ବି. ଫାର୍ମା ରଖିବା, ବର୍ଦ୍ଧିତ ଘରଭଡା ପ୍ରଦାନ ଭଳି ବହୁ ଦାବି ରହିଛି। ଏନେଇ ଗତ ୧୦ ତାରିଖରୁ କଳବ୍ୟାଜ୍ ପିନ୍ଧି ପ୍ରତିବାଦ କରି କାର୍ଯ୍ୟ କରିୁଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଜେନ୍ଦ୍ର ସାହୁ, ଏସ୍ ସତୀଶ ରାଓ, ବାଜି ସେଠୀ, ସଞ୍ଜିବ କୁମାର ସୁବୁଦ୍ଧି, ବାଳକୃଷ୍ଣ ଶତପଥୀ, ରାମକୃଷ୍ଣ ପାଢ଼ୀ, ହେମନ୍ତ ପାତ୍ର, ପଦ୍ମଜା ଚୌଧୁରୀ, ରଜନୀ ପାଢ଼ୀ ଓ ରମେଶ ଚନ୍ଦ୍ର ଦାସ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି।
The post ୭ ଦିନରେ ପହଞ୍ଚିଲା ଫାର୍ମାସିଷ୍ଟ ଆନ୍ଦୋଳନ first appeared on Sambad.
from ଜିଲ୍ଲା | Sambad https://ift.tt/3gG3C7O
0 Comments