
ରାଉରକେଲା : ଟ୍ରେନ୍ରେ ଚୋରା ଚାଲାଣ ଗଞ୍ଜେଇକୁ ରେଳ ସୁରକ୍ଷା ବାହିନୀ (ଆର୍ପିଏଫ୍) ଯବାନ ଜବତ କରିଛନ୍ତି। ଜବତ ଗଞ୍ଜେଇର ଓଜନ ପ୍ରାୟ ୧୦ କେଜି। ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା ହେବ ବୋଲି ଆର୍ପିଏଫ୍ ପକ୍ଷରୁ କୁହାଯାଇଛି। ଗିରଫ ବେପାରୀ ଜଣକ ହେଲେ ବିହାର ମୋତିହାରୀ ଜିଲ୍ଲାର ରାମନାଥ ରାଇ (୭୦)। ରାମନାଥକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଗତକାଲି ରାମନାଥ ୧୦ କେଜି ଚୋରା ଗଞ୍ଜେଇ ପକେଟ୍ ଧରି ଷ୍ଟେସନର ପ୍ଲାଟଫର୍ମ ୪ରେ ଅନ୍ୟ ଟ୍ରେନ୍କୁ ଅପେକ୍ଷା କରିଥିଲେ। ପ୍ଲାଟଫର୍ମରେ ଡ୍ୟୁଟି କରୁଥିବା ଯବାନମାନଙ୍କର ସନ୍ଦେହ ହେବାରୁ ରାମନାଥକୁ ପଚରାପଚୁରା କରିଥିଲେ। କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଆର୍ପିଏଫ୍ ଯବାନମାନେ ତା’ର ବ୍ୟାଗ୍ ଯାଞ୍ଚ କରିଥିଲେ। ବ୍ୟାଗ୍ରୁ ୧୦ କେଜି ଗଞ୍ଜେଇ ଜବତ କରିଥିଲେ।
The post ୬୦ ହଜାର ଟଙ୍କାର ଗଞ୍ଜେଇ ଜବତ, ବିହାରର ବେପାରୀ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/2T957Ue
0 Comments