
ରାଉରକେଲା : ପଥର ଖାଦାନରେ ପଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣକ ହେଲେ ଦେଓଗାଁ ରାମ ବସ୍ତିର ବାସ ରାମ (୬୪)। ଜଲଦା ଫାଣ୍ଡି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍) ପଠାଇଛି।
ମିଳିଥିବା ସୂଚନା ମୁତାବକ ଦେଓଗାଁ ଚେକ୍ଗେଟ୍ ରାମ ବସ୍ତିର ବାସ ରାମ ରହନ୍ତି। ଶନିବାର ଅପରାହ୍ନ ପ୍ରାୟ ଅଢ଼େଇଟାରେ ଦେହୁରି ବସ୍ତି ନିକଟ ଖାଦାନରେ ଚାଲି ଚାଲି ଘରକୁ ଫେରୁଥିଲେ। ଗୋଡ ଖସିଯିବାରୁ ଖାଦାନରେ ପଡି ବୁଡି ଯାଇଥିଲେ। ସ୍ଥାନୀୟ ଲୋକ ପହଞ୍ଚି ଏ ସଂକ୍ରାନ୍ତରେ ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀ, ସ୍ଥାନୀୟ ଜଲଦା ଫାଣ୍ଡି ପୁଲିସ ପହଞ୍ଚି ସ୍ଥାନୀୟ ଅଞ୍ଚଳର ପ୍ରଭାସ ଜେନା, ନିରଞ୍ଜନ ସେଠ୍, ସୌଭାଗ୍ୟ ନନ୍ଦ ଓ କେଦାର ଦଳେଇ ଓ ଅନ୍ୟମାନଙ୍କ ସହାୟତାରେ ଖାଦାନରୁ ବୃଦ୍ଧାଙ୍କ ଶବ ଉଦ୍ଧାର କରିଥିଲେ। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
The post ଖାଦାନରେ ପଡି ବୃଦ୍ଧାଙ୍କ ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/3w0vgSm
0 Comments