ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବିଜେପୁର ପଞ୍ଚାୟତ ଦାନାରିଗୁଡ଼ା ଗାଁର ଯୁବଗୋଷ୍ଠୀ ଶ୍ରମଦାନ କରି ଗାଁର ରାସ୍ତାକୁ ମରାମତି କରିଛନ୍ତି। ଏହି ରାସ୍ତା ନିର୍ମାଣକୁ ପାଇଁ ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରିଥିଲେ। ହେଲେ ପ୍ରଶାସନ ଶୁଣିନଥିଲା। ଗତ ୧ତାରିଖ ଦିନ ଏହି ରାସ୍ତାର ବରଗଛ ଘାଟି ନିକଟରେ ଏକ ମାଲ ବୋଝେଇ ପିକଅପ୍ ଭ୍ୟାନ୍‌ ଓଲଟି ଚାଳକ ଦେବ କୁଆଁରଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଗାଁ ଲୋକେ ଆଉ ପ୍ରଶାସନକୁ ଅପେକ୍ଷା ନକରି ନିଜେ ମରାମତି କରିବାକୁ ଆଗେଇ ଆସିଥିଲେ।

The post ଗୁହାରି ଶୁଣିଲାନି ପ୍ରଶାସନ, ଗାଁ ରାସ୍ତା ମରାମତି କଲେ ଯୁବଗୋଷ୍ଠୀ first appeared on Sambad.

from ଜିଲ୍ଲା | Sambad https://ift.tt/3gxA5gm