ଘଣ୍ଟାପଡ଼ା : କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ସୁନାଦେଇ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଏକ ମୟୂରକୁ ଗ୍ରାମବାସୀ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ସୂଚନାନୁସାରେ ପୋଡ଼ାପଦର ଗ୍ରାମର କିଛି ଗ୍ରାମବାସୀ ବୁଧବାର ଭୋର ସମୟରେ କୌଣସି କାମରେ ସୁନାଦେଇ ଜଙ୍ଗଲକୁ ଯାଇଥିବା ବେଳେ ଏକ ମୟୂରକୁ ଦେଖିବାକୁ ପାଇଥିଲେ। ମୟୂରଟି ଅସହାୟ ଅବସ୍ଥାରେ ବୁଲୁଥିବା ଦେଖି ତାକୁ ଧରିଥିଲେ। ସଙ୍ଗେ ସଙ୍ଗେ କଣ୍ଟାମାଳ ରେଞ୍ଜ ଅଧିକାରୀଙ୍କୁ ଖବର ଦେଇଥିଲେ। ରେଞ୍ଜର କ୍ଷୀରାବ୍ଧୀ ପ୍ରଧାନ ତାଙ୍କ କର୍ମଚାରୀଙ୍କୁ ପଠାଇ ମୟୂରଟିକୁ ନିଜ ହେପାଜତକୁ ଆଣିଥିଲେ। ମୟୂରଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି। ପରେ ତାକୁ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

The post ଜଙ୍ଗଲରୁ ଉଦ୍ଧାର ମୟୂରକୁ ବନ ବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ first appeared on Sambad.

from ଜିଲ୍ଲା | Sambad https://ift.tt/3vwbYnR