ଅତାବିରା : ମାସେ ବ୍ୟବଧାନରେ କରୋନାରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନଦୀପ ଲିଭିଯାଇଛି। ପ୍ରଥମେ ସାନ ପୁଅ, ପରେ ମାଆ ଏବଂ ବୁଧବାର ବଡ଼ ପୁଅର ମୃତ୍ୟୁ ହେବା ଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ଲାଦରପାଲି ଗ୍ରାମରେ।

ବୁଧବାର ଆଦିତ୍ୟ ଦାଶ(୪୦)ଙ୍କର ବରଗଡ଼ ବିକାଶ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୧ .୪୫ରେ ମୃତ୍ୟୁ ଘଟିଛି। ଆଦିତ୍ୟ ପୂଜା କ‌ାର୍ଯ୍ୟ କରିବା ସହ ଏକ ଆଇଟି କମ୍ପାନିରେ ଚାକିରି କରୁଥିଲେ। କୋଭିଡ୍‌ ଗାଇଡ୍‌ ଲାଇନ୍‌ରେ ତାଙ୍କର ଦାହ ସଂସ୍କାର କରାଯାଇଥିଲା। ଭାଇ ଅଜିତ୍‌ ମୁଖାଗ୍ନି ଦେଇଥିଲେ।

ପ୍ରକାଶ ଯେ, ଲାଦରପାଲି ଗ୍ରାମର ଭଗବତ ପ୍ରସାଦ ଦାଶଙ୍କ ସାନ ପୁଅ ଅଚ୍ୟୁତାନନ୍ଦ ଓରଫ୍ ଟିଟୁନ (୩୪)ଙ୍କ ଗତ ମାସ ୮ ତାରିଖ ବରଗଡ଼ କୋଭିଡ଼ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ଟିଟୁନଙ୍କ ଦଶାହ କାର୍ଯ୍ୟଦିନ ଅର୍ଥାତ୍ ୧୭ ତାରିଖରେ ତାଙ୍କ ମା’ ସୌଦାମିନୀ ଦାଶ(୫୮) ପରଲୋକ ଗମନ କରିଥିଲେ। ପ୍ରକାଶ ଯେ, କରୋନାରେ ତାଙ୍କ ପରିବାର ୧୦ ଜଣ ଆକ୍ରାନ୍ତ ହୋଇଥିଲେ। ଆଦିତ୍ୟଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

The post କରୋନା କାରୁଣ୍ୟ: ମା’-ପୁଅଙ୍କ ପରେ ଏବେ ବଡ଼ ପୁଅର ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/2TUdAux