ସମ୍ବଲପୁର : ଭକ୍ତଙ୍କ ମାନସିକ ଦୀପ ପ୍ରଜ୍ଜ୍ବଳନ ପାଇଁ ମନ୍ଦିର ପରିସରସ୍ଥ କୌଣସି ସ୍ଥାନରେ ଏକ ଦୀପଘର ନିର୍ମାଣ କରିବାକୁ ମାଁ ସମଲେଶ୍ବରୀଙ୍କ ପୂଜକ ଗଣ ଦାବି କରିଛନ୍ତି। ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତିଙ୍କୁ ଦେଇଥିବା ପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ମୁଖ୍ୟ ମନ୍ଦିର ଭିତରେ ଶ୍ରଦ୍ଧାଳୁ ମାନଙ୍କ ସ୍ଥାୟୀ ଦୀପ ପ୍ରଜ୍ଜ୍ବଳନ ସକାଶେ ଦୀର୍ଘ ୨୫ ବର୍ଷ ହେଲା ଏକ ଦୀପ ଘର ରହିଥିଲା। ଗତ ୨୩ ତାରିଖ ରାତିରେ କୌଣସି କାରଣବଶତଃ ଉକ୍ତ ଦୀପଘରେ ନିଆଁ ଲାଗି ଜଳି ଯାଇଥିଲା। ସେବେଠାରୁ ଭକ୍ତଙ୍କ ମାନସିକ ଦୀପ ପ୍ରଜ୍ଜ୍ବଳନ ବନ୍ଦ ରହିଛି, ଯାହା ଭକ୍ତଙ୍କୁ ନିରାଶ କରିଛି। ଭକ୍ତଙ୍କ ମାନସିକ ଦୀପ ପ୍ରଜ୍ଜ୍ବଳନ ପାଇଁ ଗୋଟିଏ ଦୀପ ଘରର ଆବଶ୍ୟକତା ରହିଛି।

ତେଣୁ ମନ୍ଦିର ପରିସର ଭିତରେ ‌ଯେକୌଣସି ସ୍ଥାନରେ ଏକ ଦୀପ ଘର ନିର୍ମାଣ କରିଦେଲେ ଶ୍ରଦ୍ଧାଳୁ ମାନଙ୍କ ମାନସିକ ଦୀପ ଜଳାଯାଇ ପାରନ୍ତା। ତେଣୁ ମାଁ ସମଲେଇଙ୍କ ପ୍ରତି ଅଖଣ୍ଡ ଆସ୍ଥା ଓ ବିଶ୍ବାସ ରଖିଥିବା ଶ୍ରଦ୍ଧାଳୁ ମାନଙ୍କ ଶ୍ରଦ୍ଧା ଓ ଭକ୍ତି ଭାବନାକୁ ସମ୍ମାନ ଜଣାଇ ଏହି ସମସ୍ୟାର ଶୀଘ୍ର ସମାଧାନ କରାଯାଉ ବୋଲି ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି। ପତ୍ରର ନକଲ ସମ୍ବଲପୁର ଜିଲ୍ଲାପାଳ ଏବଂ ସହକାରୀ ଦେବୋତ୍ତର କମିସନର୍‌ଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି। ପ୍ରକାଶ ରାୟ, ଗଗନ ରାୟ, ଯୋଗେନ୍ଦ୍ର ରାୟ, ଦେବେନ୍ଦ୍ର ରାୟ, ଓକିଲ ରାୟ, କୁମାର ରାୟ, ପଙ୍କଜ ରାୟ, ଯୋଗେଶ କୁମାର ରାୟ, ସଚିନ ରାୟ, ସଗନ ରାୟ ପ୍ରମୁଖ ପୂଜକ ଏହି ପତ୍ର ପ୍ରଦାନ କରିଥିଲେ।

The post ମନ୍ଦିରରେ ଦୀପଘର ନିର୍ମାଣ ଦାବି କଲେ ମାଁ ସମଲେଶ୍ୱରୀଙ୍କ ପୂଜକ first appeared on Sambad.

from ଜିଲ୍ଲା | Sambad https://ift.tt/3v6dsVt