
ଉଲୁଣ୍ଡା : ଫାର୍ମାସିଷ୍ଟଙ୍କ ଭୁଲ ଇଂଜେକସନ ପ୍ରୟୋଗ ଯୋଗୁଁ ଜଣେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ କୋଟସମଲାଇ ଗାଁର ପିଣ୍ଟୁ ଜଗଦଲାଙ୍କ ପୁଅ ଚନ୍ଦନ ଜଗଦଲା (୫) ବୋଲି ଜଣାଯାଇଛି।
ଅଭିଯୋଗ ଅନୁଯାୟୀ ଚନ୍ଦନକୁ ଜ୍ବର ହେବାରୁ ବାପା ପିଣ୍ଟୁ କୋଟସମଲାଇ ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ ଗୁପ୍ତେଶ୍ବର ମେହେରଙ୍କୁ ଘରକୁ ଡାକିଥିଲେ। ଶ୍ରୀ ମେହେର ଏକ ଇଞ୍ଜେକ୍ସନ୍ ଦେବାରୁ ଶିଶୁଟି ଗୁରୁତର ହୋଇ ପଡ଼ିଥିଲା। ଫଳରେ ପରିବାର ଲୋକ ତାକୁ ଉଲୁଣ୍ଡା ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଚନ୍ଦନର ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ସୋନପୁର ଡାକ୍ତରଖାନାରେ ଡାକ୍ତର ପରୀକ୍ଷା କରି ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଶିଶୁର ଶବ ବ୍ୟବଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଡା. ବିକାଶ ରାଓ ସୂଚନା ଦେଇଛନ୍ତି। ତେବେ ଫାର୍ମାସିଷ୍ଟଙ୍କ ଭୁଲ ଇଞ୍ଜେକ୍ସନ ପ୍ରୟୋଗ ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
The post ଫାର୍ମାସିଷ୍ଟଙ୍କ ଭୁଲ ଇଞ୍ଜେକ୍ସନ୍ରେ ଶିଶୁ ମୃତ୍ୟୁ ଅଭିଯୋଗ first appeared on Sambad.from ଜିଲ୍ଲା | Sambad https://ift.tt/34MkAeY
0 Comments