
ଘଣ୍ଟାପଡ଼ା : ଗତ କିଛି ଦିନ ହେବ ଅଦିନିଆ ବର୍ଷାରେ କଣ୍ଟାମାଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷ କରି ବର୍ଷା ପାଣି ନିଷ୍କାସିତ ହୋଇ ନପାରି ସାମାନ୍ୟ ବର୍ଷାରେ ରାସ୍ତା ଉପରେ ଦୁଇରୁ ତିନି ଫୁଟ ପାଣି ଜମି ରହୁଛି। ଫଳରେ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି।
ଅପରପକ୍ଷରେ ୪୧ ନମ୍ବର ମୁଖ୍ୟ ରାସ୍ତାରେ ହୋଇଥିବା ଡ୍ରେନ୍ର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଅନେକ ସ୍ଥାନରେ ପୋତି ହେଇପଡ଼ିଥିବା ବେଳେ ଆଉ କିଛି ସ୍ଥାନରେ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ନହୋଇ ରାସ୍ତା ରେ ପାଣି ବୋହି ଯାଉଥିବା ଦେଖିବାକୁ ମିଳୁଛି। ତେଣୁ ପଞ୍ଚାୟତ ଏବଂ ରାସ୍ତା ଓ କୋଠାବାଡ଼ି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଏହାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।
The post ସାମାନ୍ୟ ବର୍ଷାରେ ବନ୍ୟା ସଦୃଶ କଣ୍ଟାମାଳ ରାସ୍ତା, ଭୁଶୁଡ଼ି ପଡ଼ିଛି ଡ୍ରେନେଜ ବ୍ୟବସ୍ଥା first appeared on Sambad.from ଜିଲ୍ଲା | Sambad https://ift.tt/3g9UcAX
0 Comments