
ନାକଟିଦେଉଳ : ବୁଧବାର ବିଳମ୍ବିତ ରାତିରେ ନାକଟିଦେଉଳ ଥାନା ପୁଲିସ୍ ଚରଡ଼ପଶି ନିକଟସ୍ଥ ଚହଟାପଦାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଶୁକ୍ରବାର ଏଥିରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫଙ୍କ ମଧ୍ୟରେ ଆଶ୍ରମର ଜଣେ ବାବା ଥିବା ଜଣାପଡ଼ିଛି।
ପୁଲିସ୍ ସୂଚନାନୁସାରେ ବାହାରକୁ ଚୋରା ଚାଲାଣ ପାଇଁ ଚରଡ଼ପଶି ଗାଁ ନିକଟ ଚହଟାପଦାରେ ଥିବା ପୁପାଣ୍ଡବ କ୍ରୀଡ଼ାସ୍ଥଳୀ ଆଶ୍ରମରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ଥିବା ଖବର ମିଳିଥିଲା। ଫଳରେ ବୁଧବାର ବିଳମ୍ବିତ ରାତିରେ ପୁଲିସ୍ ସେଠାରେ ଚଢ଼ଉ କରି ତାହା ଜବତ କରିଥିଲା। ଜବତ ଗଞ୍ଜେଇ ୧ କ୍ବିଣ୍ଟାଲ୍ରୁ ଅଧିକ ଥିବା ଜଣାପଡ଼ିଛି। ତେବେ ଏଥିରେ ସଂପୃକ୍ତ ଥିବା ସନ୍ଦେହରେ ପୁଲିସ୍ ୫ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ଉକ୍ତ ଗଞ୍ଜେଇ ଫୁଲବାଣୀରୁ ଅଣାଯାଇ ଚୋରା ଚାଲାଣ ପାଇଁ ରଖାଯାଇଥିବା ଜଣାପଡ଼ିଥିଲା।
ତେବେ ଅଟକଙ୍କ ମଧ୍ୟରୁ ଶୁକ୍ରବାର ପୁଲିସ୍ ଆଶ୍ରମର ବାବା ତ୍ରିଲୋଚନ ସାହୁଙ୍କ ସହ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଆଉଳି ଗ୍ରାମର ଦୁଃଶାସନ ସାହୁ (୩୨) ଓ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ରାଇପାଳ ଗ୍ରାମର ସୁମନ ସାହୁ (୨୬)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ଥାନା କେସ୍ ନଂ. ୫୯/୨୧ରେ ଏନ୍ଡିପିଏସ୍ ଆକ୍ଟରେ ମାମଲା ରୁଜୁ କରାଯାଇଛି।
The post ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ବାବା ସମେତ ୩ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3jfoANK
0 Comments