
ଜୟପୁର: ନିଜ ପରିବାରର ଜଣେ ସଦସ୍ୟକୁ ହରାଇବା ପରେ ତାଙ୍କ ସ୍ମୃତି ଉଦେଶ୍ୟରେ ପରିବାର ପକ୍ଷରୁ ୨୧ଟି ଗରିବ ଆଦିବାସୀ ପରିବାରଙ୍କୁ ରାସନ ବିତରଣ କରିଛନ୍ତି। ସ୍ବର୍ଗତ ସତପାଲ ଖୁରାନାଙ୍କ ଶ୍ରାଦ୍ଧବାର୍ଷିକୀରେ ଏହା ବିତରଣ କରାଯାଇଥିଲା। ତାଙ୍କ ଦୁଇ ପୁଅ ଭାରତ ଖୁରାନା, କମଳ ଖୁରାନା ଓ ଝିଅ ଗୀତା ଗ୍ରୋଭର ଏଭଳି ନିଆରା କାର୍ଯ୍ୟକ୍ରମକୁ ହାତକୁ ନେଇ ବିତରଣ କରାଇଥିଲେ। ଏହାକୁ ସ୍ବେଚ୍ଛାସେବୀ ମାନେ ଟାଙ୍କୁଆ ପଂଚାୟତର କନ୍ଧଗୁଡ଼ା ଗାଁରେ ବିତରଣ କରିଥିଲେ।
ଏଥିରେ ସ୍ବେଚ୍ଛାସେବୀ ସତୀଶ ନନ୍ଦ, ସୁବାସ ସାହୁ, ରାଜେନ୍ଦ୍ର ଜେନା, କାଳୀଚରଣ ଦେବଶର୍ମା ପ୍ରମୁଖ ଭାଗ ନେଇଥିଲେ। କରୋନା ସମୟରେ ଲକଡାଉନ ଓ ସଟଡାଉନ୍ ଚାଳିଥିବା ବେଳେ ଅଭାବି ଥିବା ପରିବାର ରାସନ ପାଇବା ଘଟଣାକୁ ସାଧାରଣରେ ସ୍ବାଗତ କରାଯିବା ସହ ଅନ୍ୟ ମାନେ ମଧ୍ୟ ଏହାକୁ ଅନୁକରଣ କରି ଗରିବ ଲୋକଙ୍କୁ ସହଯୋଗର ହାତ ବଢ଼ାଇବାକୁ ମତ ପ୍ରକାଶ ପାଇଛି।
The post ଶ୍ରାଦ୍ଧ ବାର୍ଷିକୀରେ ୨୧ଟି ଗରିବ; ପରିବାରକୁ ରାସନ ବିତରଣ first appeared on Sambad.from ଜିଲ୍ଲା | Sambad https://ift.tt/3xTsGit
0 Comments